suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗୁରୁବାର ରାଶିଫଳ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

30/09/2020 at 5:55 PM

ମେଷ – ଆଜି ସାମାଜିକ ସ୍ତରରେ ଅପ୍ରୀତିକର ପରିସ୍ଥିତିର ହଠାତ୍ ସାମନା କରିବାକୁ ପଡିପାରେ । ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- ଅର୍ଥ ମିଳିବ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ – କୌଣସି ବନ୍ଧୁ କିମ୍ବା ସହକର୍ମୀ ଅଥବା ପାଖ ପଡୋଶୀମାନେ ସହ-ଯୋଗର ହାତ ବଢାଇବେ ଓ କାମଟି ସୁବିଧାରେ ହୋଇଯିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।
ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ମିଥୁନ – ପୁନର୍ବସୁ ନକ୍ଷତ୍ର ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇବେ । ପ୍ରଶାସନ, ପ୍ରକାଶନ, ରାଜନୀତି,ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

କର୍କଟ – ପ୍ରତ୍ୟେକ କ୍ଷେତ୍ରରେ ସମ୍ୟା ଭିତରେ ଗତି କରି ମଧ୍ୟ ପଛକୁ ଫେରିବା ଚିନ୍ତା କରିବେ ନାହିଁ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ସିଂହ – ବିଭିନ୍ନ ପ୍ରକାରର ସମୟା ଭିତରେ ଗତି କରି ମଧ୍ୟ ପଛକୁ ଫେରିବା ଚିନ୍ତା କରିବେ ନାହିଁ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ଶୁଭ ଅଙ୍କ ୟେଲୋ । ଶୁଭ ଅଙ୍କ ୯ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କନ୍ୟା – ଦୀର୍ଘ ଦିନରୁ ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ । ଆଜିର ଯାତ୍ରାରେ ଅଭିଳଷିତ କାମ ମଧ୍ୟ ହୋଇଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ମିତ୍ର ସୁଖ ପାଇବେ ।

ତୁଳା – କୌଣସି ବନ୍ଧୁଙ୍କୁ ଅନୁରୋଧ କରି କାମ ହାସଲ କାରିବାର ଚେଷ୍ଟା କରିବେ । ଅବଶ୍ୟ ଶତ୍ରୁ ଠାରୁ ଦୂରତା ରଖର କାମ କରିବା ଭଲ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।
ଚାଷୀ- ଜମିରୁ ବର୍ଷା ପାଣି ବାହାରିବାର ବ୍ୟବସ୍ଥା କରନ୍ତୁ ।
ରୋଗୀ- ଚକ୍ଷୁ ପୀଡା ହେବ ।
କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
ଗୃହିଣୀ- ସ୍ୱାଭିମାନୀ ହେବେ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

ବିଛା – ଅଟକି ରହିଥିବା କାମଗୁଡିକ ଆଜି ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ । ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ କରିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

ଧନୁ – କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମକର – ଶ୍ରବଣା ନକ୍ଷତ୍ର ବନ୍ଧୁଙ୍କ ମାଧ୍ୟମରେ ହଠାତ୍ କୌଣସି ଖବର ପାଇ ବିଚଳିତ ବୋଧ କରିବେ । ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହ-ଯୋଗ ଲୋଡିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ଧାର୍ମିକ ହେବେ ।

କୁମ୍ଭ – ସଚେତନତା ଓ ସାମାଜିକ ଶୃଙ୍ଖଳଜନିତ ଶତଭିକ୍ଷା ନକ୍ଷତ୍ରର ସ୍ୱାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବ । ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ଧାର୍ମିକ ହେବେ ।

ମୀନ – କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ସୁଖଭାରା ଦିନଟି ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

   Related Posts