ଗୁରୁବାର Covid ପୂର୍ବ ସମୟକୁ ଫେରିବ ଦେଶ, ଖୋଲିବ ସିନେମା ହଲ୍ ସମେତ ବନ୍ଦପଡିଥିବା ସମସ୍ତ ବ୍ୟବସାୟ

Published By : Prameya-News7 Bureau | October 14, 2020 IST

ନୂଆଦିଲ୍ଲୀ ୧୪।୧୦: କରୋନା ଭାଇରସ ମହାମାରୀ ପୂର୍ବ ସମୟକୁ ଦେଶ ପୁଣି ଥରେ ଫେରିବ। ଗୁରୁବାର ଅକ୍ଟୋବର ୧୫ ତରିଖରୁ ସାରା ଦେଶରେ ସିନେମା ହଲ, ମଲ୍ଟିପ୍ଲେକ୍ସ ସମେତ ମନୋରଞ୍ଜନ ପାର୍କ, ସ୍ୱିମିଂ ପୁଲ ଆଦି ଲକଡାଉନରେ ବନ୍ଦ ହୋଇଯାଇଥିବା ବିଭିନ୍ନ ସଂସ୍ଥାନ ପୁଣି ଥରେ ସର୍ବସାଧାରଣଙ୍କ ଲାଗି ଉନ୍ମୁକ୍ତ ହେବାକୁ ଯାଉଛି। ସରକାର ପଞ୍ଚମ ପର୍ଯ୍ୟାୟ ଅନଲକ୍‌ରେ ଏହି ସବୁ ସଂସ୍ଥାନ ଖୋଲିବା ଲାଗି ଅନୁମତି ପ୍ରଦାନ କରିଛନ୍ତି।

{"id":344341,"sizeSlug":"large"}

ସରକାର ଅନଲକ୍ ୪ରେ ସ୍କୁଲ ଖୋଲିବା ଲାଗି ଅନୁମତି ପ୍ରଦାନ କରିଥିଲେ। ତେବେ ଏ ନେଇ ରାଜ୍ୟ ସରକାର ଚୂଡାନ୍ତ  ନିଷ୍ପତ୍ତି ନେବେ ବୋଲି କହିଥିଲେ। ଏଣୁ ଦେଶର କେତେକ ରାଜ୍ୟରେ ଅନଲକ୍ ୪ରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀରେ ପାଠ ପଢା ଆରମ୍ଭ ହୋଇଥିଲେ ବି ସବୁ ରାଜ୍ୟ ଏପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇ ପାରିନାହାନ୍ତି। ତେବେ ପଞ୍ଜାବ ଓ ଉତ୍ତରପ୍ରଦେଶରେ ଖୁବ୍ ଶୀଘ୍ର ସ୍କୁଲ ଖୋଲିବ ବୋଲି ଜଣାପଡିଛି।

{"id":344342,"sizeSlug":"large"}

ପଞ୍ଜାବରେ ଅକ୍ଟୋବର ୧୫ ତାରିଖରୁ ସ୍କୁଲ ଖୋଲିଯାଉଥିବା ବେଳେ ଉତ୍ତରପ୍ରଦେଶ ସରକାର ୧୯ ତାରିଖରୁ ପୁଣି ସ୍କୁଲ ଆରମ୍ଭ କରୁଥିବା ଜଣାପଡିଛି। ତେବେ ଅକ୍ଟୋବର ୧୫ରୁ କୋଭିଡ କଟକଣା ମଧ୍ୟରେ ଦେଶରେ ସିନେମା ହଲ ଖୋଲିବାକୁ ଯାଉଛି। ଆଗକୁ ଦୂର୍ଗାପୂଜା ଥିବା ବେଳେ ସିନେମା ହଲ ଖୋଲିବା ଲାଗି ସରକାରଙ୍କ ଅନୁମତି ଲୋକଙ୍କୁ ବେଶ୍ ରୋମାଞ୍ଚିତ କରିଛି। ଲୋକେ ପୁଣି ଆଗ ଭଳି ବଡ ପରଦାରେ ସିନେମା ଦେଖିପାରିବେ। ତେବେ ହଲରେ ସାମାଜିକ ଦୂରତା ଲାଗି ୫୦ ପ୍ରତିଶତ ସିଟ୍‌ଲାଗି ଟିକେଟ୍‌ ବିକ୍ରୟ ହେବ ବୋଲି ଜଣାପଡିଛି।

{"id":344343,"sizeSlug":"large"}

ସେହିପରି ୧୫ ଅକ୍ଟୋବରରୁ ମନୋରଞ୍ଜନ ପାର୍କ ମଧ୍ୟ ଖୋଲୁଛି। ଲୋକେ ପୂର୍ବ ଭଳି ଆମୋଦପ୍ରମୋଦ ଲାଗି ଏହି ସବୁ ସ୍ଥଳର ଉପଯୋଗ କରିପାରିବେ। ତେବେ ଏପରି ସ୍ଥାନ ଖୋଲିବା ପୂର୍ବରୁ ଓ ବନ୍ଦ ହେବା ପରେ ସେଠାକାର ସ୍ୱଚ୍ଛତା ସୁନିଶ୍ଚିତ କରିବେ। ହେଲେ ଏହି ସବୁ ସ୍ଥଳରେ ସ୍ୱିମିଂ ପୁଲ ଏବେ ବନ୍ଦ ରହିବ। କିନ୍ତୁ ୱାଟର ପାର୍କରେ ୱାଟର ରାଇଡ଼ କରାଯାଇପାରିବ। ତେବେ ଏଠାରେ ଏପରି ମନୋରଞ୍ଜନ ଲାଗି ପାଣିକୁ ପୂର୍ବରୁ ଫିଲ୍ଟରେସନ କରାଯିବା ସହ କ୍ଲୋରିନକରଣ ସୁନିଶ୍ଚିତ କରାଯିବ।

{"id":344376,"sizeSlug":"large"}

କ୍ରିଡାମନ୍ତ୍ରାଳୟଙ୍କ ସ୍ୱିମିଂ ପୁଲ ପୁଣି ଖୋଲିବା ଲାଗି ଏସଓପି ଜାରି ହୋଇଛି। ଏସଓପି ଅନୁସାରେ କେବଳ ୨୦ ଜଣ ସନ୍ତରଣକାରୀ ଅଲିମ୍ପିକ୍‌ ଆକାରର ପୁଲରେ ଗୋଟିଏ ଅଧିବେସନ ଲାଗି ସନ୍ତରଣ ଅନୁମତି ମିଳିବ। ତେବେ ଏଥିଲାଗି ସନ୍ତରଣକାରୀ କୋଭିଡ ନେଗେଟିଭ ପ୍ରମାଣ ପତ୍ର ଉପସ୍ଥାପନ କରିବା ଜରୁରି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.