LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାଳବୈଶାଖୀ ଆଣିଲା ସାମାନ୍ୟ ଆଶ୍ୱସ୍ତି, ୪ ଦିନ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

26/05/2023 at 8:14 AM

ଭୁବନେଶ୍ୱର ୨୬/୦୫: କାଳବୈଶାଖୀ ପ୍ରଭାବରେ ୧୦ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ତୁହାକୁ ତୁହା ବର୍ଷା ପବନ ମାଡ଼ରେ ଶତାଧିକ ଗଛ ଉପୁଡିଛି । ନୟାଗଡ଼ କଣ୍ଟିଲୋରେ ଗଛ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି ଜୟପାଟଣାରେ ଜଣେ ଯୁବତୀ ଏବଂ ଧର୍ମଗଡ଼ ବ୍ଲକରେ ଆଉ ଜଣେ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଜଣେ ଗୁରୁତର ଆହତ ହୋଇଛନ୍ତି ।

କାଳବୈଶାଖୀ ଜନିତ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଏସ୍ ଆରସି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ, ଜଗତିଂହପୁର, ଯାଜପୁର, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ବାଲେଶ୍ବର, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ପବନ ହୋଇଛି । ଆସନ୍ତା ୪ ଦିନ ଧରି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୭ରେ ଅଧିକ ଝଡ ପବନ ହେବା ଆଶଙ୍କା ରହିଛି ।

ଉପକୂଳ ଏବଂ ଉତ୍ତର ଓଡିଶାରେ କାଳ ବୈଶାଖୀ ପ୍ରଭାବରୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ତେବେ ପଶ୍ଚିମ ଓଡିଶାରେ ନିସ୍ତାର ନାହିଁ । ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ଗତକାଲି ତାତି ୪୨ ଡିଗ୍ରୀ ଉପରେ ଥିଲା । ଆଜି ମଧ୍ୟ ସୁନ୍ଦରଗଡ, ସମ୍ବଲପୁର, ଅନୁଗଗୋଳ, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା ଏବଂ ବରଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବା ବୋଲି ପୂର୍ବାନୁମାନ କରାଯାଇଛି ।

   Related Posts