ଧାନ ରୋଇବା ସମୟରେ ବଜ୍ରପାତ: ଯୁବତୀ ଗୁରୁତର, ଅଳ୍ପକେ ବର୍ତ୍ତିଲେ ବାପା ଓ ସାନଭାଇ

Published By : Prameya-News7 Bureau | August 22, 2020 IST

ଆନନ୍ଦପୁର ୨୨।୦୮:  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ସଢଙ୍ଗା ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବତୀ ଗୁରତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଠୁ ବଡ କଥା ଏହି ବଜ୍ରପାତରେ ଅଳ୍ପକେରୁ ଯୁବତୀଙ୍କ ବାପା ଓ ସାନ ଭାଇ  ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ ନିଜ କ୍ଷେତରେ ସ୍ୟାମ ମୁଣ୍ଡା, ଝିଅ ମିନି  ଓ ସାନପୁଅ ମିଶି ଧାନ ତଳା ରୋଇବା କାମରେ ଲାଗିଥିଲେ। ହେଲେ ଅପରାହ୍ନ ପାଖା ପାଖି ୪ଟା ସମୟରେ ହଜ୍ରପାତ ହୋଇଥିଲା। ବଜ୍ରାଘାତରେ ମିନି ଗୁରୁତର ହୋଇଥିବା ବେଳେ ବାପା ଓ ଭାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ପ୍ରାଥମିକ ଚିକିତ୍ସାପରେ ତାଙ୍କୁ କଟକ ଯିବାକୁ ଡାକ୍ତର ପରାମର୍ଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.