ଆସନ୍ତା ସପ୍ତାହେ ଯାଏଁ କାଳବୈଶାଖୀ ବର୍ଷା ଜାରି
24/05/2018 at 11:03 AM

ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି | ଆସନ୍ତା ସପ୍ତାହେ ଯାଏଁ କାଳବୈଶାଖୀ ବର୍ଷା ଜାରି ରହିବ | ଆଜି କେନ୍ଦୁଝର,କନ୍ଧମାଳ,ମୟୁରଭଞ୍ଜ,ଭଦ୍ରକ,ବାଲେଶ୍ୱର,ରାୟଗଡା ଓ ଗଜପତି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି | ସନ୍ଧ୍ୟାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି | ସମୁଦ୍ର ଭିତରକୁ ନଯିବାକୁ ମତ୍ସଜିବୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ | ଗତ ୨୪ ଘଣ୍ଟା ମଧ୍ୟରେ ବାଲିପାଟଣାରେ ସର୍ବାଧିକ ୭୫.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ୬୮.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି |