ପାଟଣା ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ, ଉଡ଼ିଗଲା ଛାତ୍ରାବାସର ଛପର, ଗଛଡାଳ ପଡି ରାସ୍ତା ଅବରୋଧ

Published By : Prameya-News7 Bureau | April 21, 2022 IST

ପଟଣା, ୨୧/୦୪: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅପରାହ୍ନରେ ଘଡ଼ଘଡି ସାଙ୍ଗକୁ ବର୍ଷା ହେବା ସହ ପ୍ରବଳ ବେଗରେ ପବନ ବହିବାରୁ ସ୍କୁଲ ଛାତ୍ରାବାସର ଆଜବେଷ୍ଟସ୍ ଛପର ଉଡିଯାଇଛି । ଏଥିସହ ବାଉଁଶୁଳି ଶରଧାପୁର ରାସ୍ତାର ଜଡିଚାତର ନିକଟରେ ରାସ୍ତା ଉପରେ ଏକ ବିରାଟ ଆମ୍ବଡାଳ ପଡିଯିବାରୁ ରାସ୍ତା ଅବରୋଧ ହୋଇଥିଲା । ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ବାଉଁଶୁଳି ନୋଡାଲ ବିଦ୍ୟାଳୟରେ ଛାତ୍ରାବାସର ଆଜବେଷ୍ଟସ୍ ଛପର ଉଡିଯାଇଛି । ଫଳରେ ଘର ଭିତରେ ପାଣି ପଶି ଛାତ୍ରଛାତ୍ରୀମାନଙ୍କର ବହି, ବସ୍ତାନୀ, ଆସବାବପତ୍ର ନଷ୍ଟ ହୋଇଯାଇଛି ।

ସେହିପରି ଭଅଁରପୁର ଗ୍ରାମର ଗୋବର୍ଦ୍ଧନ ନାଏକଙ୍କ ୪ ବଖରା ଘରର ଆଜବେଷ୍ଟସ୍‌ ଛପର ଉଡିଯାଇଛି । ଏଥିସହ ବାଉଁଶୁଳି ଶରଧାପୁର ରାସ୍ତାର ଜଡିଚାତର ନିକଟରେ ଏକ ବିରାଟ ଆମ୍ବ ଡାଳ ପଡିଯିବାରୁ ରାସ୍ତା ଅବରୋଧ ହୋଇ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି । ଫଳରେ ଉଭୟ ପାର୍ଶ୍ୱରେ ଯାତ୍ରୀବାହୀ ବସ ସମେତ ମାଲବାହୀ ଗାଡି ଅଟକି ରହିଛି । ଅନେକ ଅଞ୍ଚଳରେ ଗଛ ପଡି ବିଦ୍ୟୁତ ତାର ଛିଣ୍ଡିଥିବାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସେବା ବିଛିନ୍ନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.