ସିଲପଡ଼ାରେ କାଳବୈଶାଖୀର ତାଣ୍ଡବ, ବଜ୍ରପାତରେ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ, ୭ ଗୁରୁତର
17/05/2022 at 9:51 PM

ଲମତାପୁଟ, ୧୭/୦୫: ସିଲପଡ଼ା ଗ୍ରାମରେ କାଳବୈଶାଖୀର ତାଣ୍ଡବ ବେଳେ ଅଘଟଣ ଘଟିଛି । ବଜ୍ରପାତରେ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ଦୁର୍ଗା କ୍ରିସାନି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିବା ବେଳେ ଚିକିତ୍ସା ଜାରି ରହିଛି । ସମସ୍ତ ଗୁରୁତରଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ କୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର କହିଛନ୍ତି ।
Related Posts
ବନ୍ୟା ବିତ୍ପାତ, କେନ୍ଦ୍ରାପଡାରେ ଦୁଇ ଦିନ ସ୍କୁଲ ଛୁଟି
16 August 2022
ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରାପଡ଼ିଲେ ମୁଖ୍ୟ କିରାଣୀ
16 August 2022