ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ବିନିକାରେ କାଳବୈଶାଖୀ ବର୍ଷା ଓ ପବନ, ୨ଘଣ୍ଟା ଧରି ବିନିକା-ଏସ ରାମପୁର ରାସ୍ତା ବନ୍ଦ

27/05/2022 at 9:59 PM

ବିନିକା, ୨୭/୦୫: ଆଜି ଅପରାହ୍ନରେ ଅଚାନକ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ସେହିପରି ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ଯାତାୟତରେ ବାଧାପ୍ରାପ୍ତ ଘଟିଛି । ବର୍ତ୍ତମାନ ଚାଷୀ ରବି ଋତୁର ଧାନ ଜୋରଦାର ଭାବେ ଅମଳ କରୁଥିବା ବେଳେ ଏବଂ ଆଉ କେତେକ ଚାଷୀ କଷ୍ଟ ଉପାର୍ଜିତ ଧାନକୁ ଅମଳ କରି ଖଳା ମାନଙ୍କରେ ସାଇତି ରଖିଥିବା ବେଳେ ଅଚାନକ ବର୍ଷା  ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି ।

ପବନ ଓ ବର୍ଷା ଯୋଗୁଁ ଅଧିକାଂଶ ସ୍ଥାନରେ ଗଛ ଗୁଡ଼ିକ ଭାଙ୍ଗିଯାଇଛି । ବରଗଡ଼ ସୁବର୍ଣ୍ଣପୁର, ସମ୍ବଲପୁର, ସୁବର୍ଣ୍ଣପୁର ମୁଖ୍ୟ ରାସ୍ତା ବିଶାଳପାଲି ଠାରେ ଥିବା ରାସ୍ତା ପାର୍ଶ୍ଵର କେତେକ ଗଛ ଭାଙ୍ଗି ଯାଇ ରାସ୍ତାରେ ପଡ଼ିବାରୁ ଦୀର୍ଘ ୨ଘଣ୍ଟା ଧରି ଯିବା ଆସିବା ବନ୍ଦ ହୋଇରହିଛି । ଉଭୟ ପଟରେ ଯାତ୍ରୀବାହୀ ବସ ସହ ଗାଡ଼ି ମଟର ଅଟକି ରହିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା କମିବା ପରେ ଖବର ପାଇ ବିନିକା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାରେ ପଡ଼ିଥିବା ଗଛ ଗୁଡ଼ିକୁ କାଟୁଛନ୍ତି l

   Related Posts