ଆସନ୍ତା ୨ ଦିନ ରାଜ୍ୟରେ ଝଡ଼ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
19/03/2023 at 6:36 PM

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପଶ୍ଚିମ ଝଡ଼ର ପ୍ରଭାବ। ଆସନ୍ତା ୨ ଦିନ ରାଜ୍ୟରେ ବିଜୁଳି, ଘଡ଼ିଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ୧୦ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ଅଧିକାଂଶ ସ୍ଥାନରେ ଘଡ଼ ଘଡି ସହ ବର୍ଷା ଓ ଝଟକା ପବନ ହେବାକୁ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ଵର, ଗଜପତି, ଗଞ୍ଜାମ, କନ୍ଧମାଳରେ ବିଜୁଳି ଘଡି ଘଡି ଏବଂ ବର୍ଷା ହେବା ସହ ପବନର ବେଗ ୪୦ ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ପ୍ରବାହିତ ହେବ। ୧୯ ଓ ୨୦ ତାରିଖରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ତାପ ମାତ୍ର ହ୍ରାସ ପାଇବ । ସେହିପରି ୨୧ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ନବରଙ୍ଗପୁର ଏବଂ କଳାହାଣ୍ଡି।