ସିଲଭର ସିଟିରେ କାଳବୈଶାଖୀ ତାଣ୍ଡବ, ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

Published By : Prameya-News7 Bureau | May 16, 2023 IST

କଟକ ୧୬/୦୫: ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କଟକରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଆଠ ଦିନ ପରେ କଟକ ସହରଵାସୀଙ୍କୁ ଅସହ୍ୟ ଗରମ, ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ସ୍ୱଳ୍ପ ସମୟ ହେଉ ପଛେ ଅସରାଏ ବର୍ଷାରେ ଭିଜିଥିଲା କଟକ ।

କାଳବୈଶାଖୀର ପ୍ରଭାବରେ ସହରରେ ପଵନ ସହ ଘଡ଼ଘଡ଼ି, ବର୍ଷା ହୋଇଥିଲା । ଫଳରେ ତାପମାତ୍ରାରେ ଯଥେଷ୍ଟ ହ୍ରାସ ଦେଖିବାକୁ ମିଳିଛି । ତେଣୁ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ସେପଟେ ରାଜ୍ୟରେ ଆହୁରି ସପ୍ତାହେ ଯାଏଁ ଗରମ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.