ବଜ୍ରପାତରେ ଜୀବନ ହାରିଲା ମାଆ, ପୁଅ ଗୁରୁତର

Published By : Prameya-News7 Bureau | September 13, 2020 IST

ବଲାଙ୍ଗୀର, ୧୩।୦୯:  ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆଭଟା ଗ୍ରାମରେ ବଜ୍ରପାତ ଘଟି ଜଣେ ମହିଳା ପ୍ରାଣ ହରାଇଛନ୍ତି । ତାଙ୍କ ପୁଅ ମଧ୍ୟ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନାନୁସାରେ, ରେବତୀ ସାହୁ(୪୦) ରବିବାର ବିଲକୁ ଯାଉଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଛି । ପୁଅ ଭିଭି ସାହୁ(୧୨)ବର୍ଷ ଏବେ ଗୁରୁତର ଅବସ୍ଥାରେ ସଇଁନ୍ତଲା ଡାକ୍ତରଖାନାରେ  ଭର୍ତ୍ତି ହୋଇଛନ୍ତି। ତେବେ ମହିଳାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.