ଆଜି ଏହି ସବୁ ଜିଲ୍ଲାରେ ପୁଣି କାଳ ବୈଶାଖୀ, ୨୫ରୁ ପାରଦ ହେବ ଉପର ମୁହାଁ

Published By : Prameya-News7 Bureau | March 22, 2019 IST

ଭୁବନେଶ୍ବର୨୨|୩: ଆସନ୍ତା ୨୪ରୁ ଉପର ମୁହାଁ ହେବ ପାରଦ । କିଛି କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁପାରେ ।ସେହି ସମୟରେ ଭୁବନେଶ୍ବରର ତାପମାତ୍ରା ୩୭ ରୁ ୩୮ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ ।ପୁଣି ୨୫ ତାରିଖରୁ କାଳବୈଶାଖୀ ସମ୍ଭାବନା ରହିଛି ।୨୫ରେ ଦକ୍ଷିଣ ଓଡିଶାର ଓ ୨୬ରେ ଉତ୍ତର ଓଡିଶାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ ।ଆଜି ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, କଳାହାଣ୍ଡି ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ତୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.