Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୩ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ସତର୍କତା, କାଳବୈଶାଖୀ ସହ ଝଡବର୍ଷା ସମ୍ଭାବନା

30/04/2023 at 1:27 PM

ଭୁବନେଶ୍ୱର ୩୦/୦୭: ୩ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ସତର୍କତା ଜାରି । କାଳବୈଶାଖୀ ନେଇ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଝଡବର୍ଷା ସହ ୩୦ ରୁ ୪୦ କିଲୋମିଟର ବେଗରେ ବୋହିପାରେ ପବନ । ୧୦ ଜିଲ୍ଲା ଗୁଡିକ ହେଲା ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ଏବଂ ସୁନ୍ଦରଗଡ । ଏହି ସମ୍ପୃକ୍ତ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

ରବିବାର ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ସମେତ ଉପକୂଳର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିରରେ ଧୂଳିଝଡ଼, ୪୦-୫୦ କିମି ବେଗରେ ପବନ ହୋଇପାରେ । ନବରଙ୍ଗପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼, କଳାହାଣ୍ଡିରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଏହାବାଦ ଦକ୍ଷିଣ ଓ ଉପକୂଳର କେତେକ ଜାଗାରେ କାଳବୈଶାଖୀ ହୋଇପାରେ । ଏଭଳି ପାଗ ଆସନ୍ତା ୪-୫ ଦିନ ରହିବ ।

   Related Posts