ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

Published By : Prameya-News7 Bureau | March 30, 2023 IST

ପୁରୀ ୩୦/୦୩: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୩ ପାଇଁ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ। ଦଶପଲ୍ଲା ବନଖଣ୍ଡରୁ ଏକ ଟ୍ରକରେ ୨୪ ଖଣ୍ଡ ରଥକାଠ ଗୁରୁବାର ଆସି ପୁରୀରେ ପହଞ୍ଚିଛି। ଉଭୟ ଅସନ ଓ ଧଉରା କାଠ ଆସିଥିବା ବେଳେ ଏଥିରେ ୨୦ ଫୁଟିଆ ୧୮ଟି ଏବଂ ୧୨ ଫୁଟିଆ ୬ଟି ରଥକାଠ ରହିଛି। ତେବେ ରଥ ତିଆରି ପାଇଁ ମୋଟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ୧୧୮ ଖଣ୍ଡ କାଠ ବଳକା ରହିଛି।

{"id":765751,"sizeSlug":"full","linkDestination":"none"}

ଏହାସହ ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦୪ ଖଣ୍ଡ ରଥକାଠ ପୁରୀରେ ଆସି ପହଞ୍ଚିଛି। ସେପଟେ କଟକ ଖପୁରୀଆରେ ଥିବା କରତକଳରେ ୮୧ ଖଣ୍ଡ ରଥକାଠ ପହଞ୍ଚିଥିବା ବେଳେ ବିଧି ଓ ପରମ୍ପରା ଅନୁଯାୟୀ ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟ ଅନୁକୂଳ ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ସମୁଦାୟ ୩୨୭ ଖଣ୍ଡ କାଠ ମହଜୁଦ ଥିବାବେଳେ ପର୍ଯ୍ୟାୟ କ୍ରମେ‌ ୫୩୮ ଖଣ୍ଡ ରଥକାଠ ପୁରୀରେ ଆସି ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ରଥ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.