ପଡ଼ନ୍ତୁନି ‘ଫେଷ୍ଟିଭ ସେଲ୍’ ଚକ୍କରରେ, ଆପଣଙ୍କୁ ଠକିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ଠକ

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ ୨୬।୯: ଫେଷ୍ଟିଭ ସେଲ ଦେଶରେ ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ୟୁଜର ଆକର୍ଷଣୀୟ ରିହାତୀରେ ସ୍ମାର୍ଟଫୋନ, ସ୍ମାର୍ଟ ଟିଭି, ଫ୍ରିଜ ଆଦି କିଣିବା ପାଇଁ ଏବେ ଚାହିଁ ବସିଛନ୍ତି। ତେବେ ଜାଣି ରଖନ୍ତୁ ସ୍କେମର୍ସ ଓ ଅନଲାଇନ ଠକମାନେ ଏହି ଫେଷ୍ଟିଭ ସେଲର ସୁଯୋଗ ନେଇ ଲୋକଙ୍କୁ ଠକିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଏଥି ପାଇଁ ସ୍କେମର୍ସ ଓ ଅନଲାଇନ ଠକମାନେ ନକଲୀ ଇ-କମର୍ସ ସାଇଟ୍ ଓ କଲ ସେଣ୍ଟର ଖୋଲି ସାରିଲେଣି। 

ଏହା ଦ୍ୱାରା ସେମାନେ ନୂଆ ନୂଆ ଆକର୍ଷଣୀୟ ଅଫର ଦେବେ, ଯଦି ଆପଣ ସେମାନଙ୍କ ଅଫର ଲାଳସାରେ ଫଶିଲେ ତ ସେମାନଙ୍କୁ ଆପଣଙ୍କ ପକେଟ କାଟିବାକୁ ଆଦୌ ସମୟ ଲାଗିବନି। ଠକମାନେ ନକଲୀ ଇ-କମର୍ସ ୱେବସାଇଟ ଓ ମୋବାଇଲ ଆପସ୍ ତିଆରିଛନ୍ତି, ଯାହା ଦେଖିବାକୁ ଠିକ୍ ଅସଲି ଭଳି ଲୋକେ ଶସ୍ତା ଡିଲ ଚକ୍କରରେ କେବେ କେବେ ଏଠାରୁ କିଣାକିଣି ମଧ୍ୟ କରନ୍ତି। ହେଲେ ଏଠାରୁ ସେମାନେ କିଣାକିଣି କରୁଥିବା ସାମାନ ହୁଏତ ନକଲୀ ହୋଇଥାଇ ପାରେ ନଚେତ ମିଳେ ନାହିଁ। 

ଠକମାନେ ସୋସିଆଲ ମିଡିଆ ସାଇଟରେ ଓ ଇ-ମେଲରେ ନକଲୀ କୁପନ ଓ ଡିସ୍କାଉଣ୍ଟ କୋଡ ପଠାନ୍ତି। ଏଗୁଡିକୁ ଲୋକେ ବ୍ୟବହାର କଲେ ହୁଏତ ଏହି କୋଡ କାମ କରୁନଥାଏ ନଚେତ ଏଥି ପାଇଁ ଗ୍ରାହକଙ୍କୁ ସେମାନଙ୍କ ବ୍ୟକ୍ତିଗତ ସୂଚନା ସେୟାର କରିବାକୁ ପଡିଥାଏ। ଯାହା ସେମାନଙ୍କ ଠକାମୀର ଅଂଶବିଶେଷ ହୋଇଥାଏ। ଏହି ଠକମାନେ ନକଲୀ ଇ-ମେଲ ଓ ଏସଏମଏସ ମଧ୍ୟ ପଠାଇଥାନ୍ତି। ଯେଉଁମାନେ କୌଣସି ବଡ଼ କମ୍ପାନୀ ଅଥବା ବ୍ୟାଙ୍କର ବୋଲି ଦାବି କରିଥାନ୍ତି। 

ଏପରି ମ୍ୟାସେଜରେ ଲିଙ୍କ ଥାଏ ଏଥିରେ କ୍ଲିକ୍ କଲେ ଲୋକଙ୍କୁ ସେମାନଙ୍କ ବ୍ୟାଙ୍କ ଡିଟେଲସ ଓ ଲଗଇନ୍ ସୂଚନା ଦେବାକୁ ପଡିଥାଏ। ଯାହା ଠକଙ୍କ ହାତକୁ ଚାଲିଯାଏ। କିଛି ଠକ ଫୋନ ବି କରନ୍ତି। ନିଜକୁ କୌଣସି ନାମୀ ବ୍ରାଣ୍ଡର କଷ୍ଟମରକେୟାର ପରିଚୟ ଦେଇଥାନ୍ତି ସେମାନେ ବ୍ୟାଙ୍କ ଡିଟେଲସ୍ ଏବଂ ଓଟିପି ମାଗିଥାନ୍ତି। ଏହି ଠକମାନେ ଇଂଷ୍ଟାଗ୍ରାମ, ଫେସବୁକ୍ ଆଦିରେ ଆକର୍ଷକ ବିଜ୍ଞାପନ ଦେଇ ଶସ୍ତାରେ ପ୍ରଡକ୍ଟ ବିକ୍ରିର ଦାବି କରନ୍ତି। ଯେତେବେଳେ ଲୋକେ ଅର୍ଡର କରନ୍ତି ହୁଏତ ଖରାପ ସାମଗ୍ରୀ ମିଳେ ଅଥବା ଆଦୌ କିଛି ମିଳେ ନାହିଁ। 

ଠକଙ୍କଠୁ ବର୍ତ୍ତିବା ପାଇଁ କେବଳ ଅଧିକାରୀକ ୱେବସାଇଟ ଓ ଆପରୁ କ୍ରୟ କରନ୍ତୁ। ବହୁତ ଶସ୍ତା ଅଫରରୁ ବର୍ତ୍ତନ୍ତୁ କାରଣ ଏହା ପ୍ରାୟତଃ ଠକେଇ ହୋଇଥାଏ। ଇ-ମେଲ ଓ ମ୍ୟାସେଜରେ ଆସିଥିବା ଲିଙ୍କର ଯାଞ୍ଚ କରନ୍ତୁ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଅଥବା ବ୍ୟକ୍ତିଗତ ସୂଚନା କାହାସହ ସେୟାର କରନ୍ତୁନି। ସୁରକ୍ଷା ସଫ୍ଟୱେରର ବ୍ୟବହାର କରନ୍ତୁ। ଏହା ଛଡା ମୋବାଇଲ ଓ କମ୍ପ୍ୟୁଟରରେ ସବୁ ସୁରକ୍ଷା ଅପଡେଟସ  ଇନଷ୍ଟଲ ରଖନ୍ତୁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.