ସିରିଏଲ୍‌ କିଲର୍‌ର ଭୟାବହ କାହାଣୀ- କରିଛି ୯୩ ଜଣଙ୍କୁ ହତ୍ୟା, କେରଳରେ ଜଲି ଥମାସ ବି କରିଛି ପରିବାରର ୬ ଜଣଙ୍କୁ ହତ୍ୟା

Published By : Prameya-News7 Bureau | October 09, 2019 IST

ନ୍ୟୁୟର୍କ -  ସିରିଏଲ୍ କିଲର୍‌ ।ଜଣେ ବ୍ୟକ୍ତି ଦ୍ବାରା ଅନେକ ହତ୍ୟାକାଣ୍ଡ ।ଏମିତି ଜଣେ ଜଣେ ବ୍ୟକ୍ତି ହେଉଛନ୍ତି ଆମେରିକୀୟ ସାମୁଏଲ୍‌ ଲିଟିଲ୍ ଓ କେରଳର ଜଲି ଥୋମାସ୍‌ ।ଆମେରିକାର ସାମୁଏଲ ଲିଟିଲ୍ ୧୯୭୦ରୁ ୨୦୦୫ ପର୍ଯ୍ୟନ୍ତ ୯୩ଟି ହତ୍ୟାକାଣ୍ଡ ଘଟାଇଥିବା ମାନିଥିବା ବେଳେ କେରଳର ଜଲି ଥୋମାସ୍ ୧୪ ବର୍ଷ ମଧ୍ୟରେ ତାଙ୍କ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି ।…

ସିରିଏଲ୍‌ କିଲର୍‌ର ଭୟାବହ କାହାଣୀ ।ଆମେରିକାର ସିରିଏଲ୍‌ କିଲର୍‌ ସାମୁଏଲ୍‌ ଲିଟିଲ୍‌ ।୧୯୭୦ରୁ ୨୦୦୫ ମଧ୍ୟରେ ଏହସବୁ ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଛି ।ତେବେ ସେ ମହିଳାମାନଙ୍କୁ ବିଶେଷ ଭାବେ ଟାର୍ଗେଟ୍‌ କରୁଥିବା ଜଣାପଡ଼ିଛି ।ଆମେରିକୀୟ ତଦନ୍ତ ଏଜେନ୍‌ସୀ ଏଫ୍‌ବିଆଇ ଦ୍ବାରା ପଚରାଉଚରା ବେଳେ ସେ ଏକଥା ସ୍ବୀକାର କରିଛନ୍ତି ।ତାର ଶିକାର ଭିତରୁ ଅଧିକାଂଶ ମହିଳା ।ତେବେ ସେ ହତ୍ୟାକାଣ୍ଡ ଏତେ ଚାଲାକିର ସହିତ କରୁଥିଲେ ଯେ ଅନେକ ମାମଲାରେ ମୃତକର ପରିଚୟ ମିଳିପାରୁନାହିଁ ।ସାମୁଏଲ ଲିଟିଲ୍ ଜଣେ ପୂର୍ବତନ ବକ୍ସର ।ତାଙ୍କର ଆଉ ଗୋଟିଏ ନାଁ ସାମୁଏଲ୍ ମ୍ୟାକଡୋୟେଲ୍‌ ।ତାଙ୍କୁ ୨୦୧୨ରେ ଆମେରିକାର କେଣ୍ଟୁକିରୁ ଗିରଫ କରାଯାଇଥିଲା ।୨୦୧୪ରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ।ସାମୁଏଲ୍‌ ହତ୍ୟାକାଣ୍ଡ ଘଟାଇବା ପରେ ଗୋଟିଏ ସ୍ଥାନରେ ବେଶୀ ଦିନ ରହେ ନାହିଁ ।…

ସେହିପରି ଆଉ ଜଣେ ସିରିଏଲ୍ କିଲର୍ ହେଲେ କେରଳର ଜଲି ଥୋମାସ୍‌ ।କେରଳ କୋଝିକୋଡ୍‌ର ଏହି ମହିଳା ୨୦୦୨ରୁ ୨୦୧୬ ମଧ୍ୟରେ ନିଜ ପରିବାରର ୬ ଜଣ ଲୋକଙ୍କୁ ଖାଦ୍ୟରେ ସାଇନାଇଡ୍‌ ଭଳି ବିଷ ଦେଇ ହତ୍ୟା କରିଥିଲେ ।ତେବେ ପରିବାରର ଅନ୍ୟ ୨ ଜଣ ଶିଶୁଙ୍କୁ ହତ୍ୟା କରିବା ପୂର୍ବରୁ ଏ ସଂପର୍କରେ ଜଣାପଡ଼ିଯାଇଥିଲା ।୨୦୦୨ରେ ଜଲି ଥୋମାସ ନିଜର ଶାଶୁଙ୍କୁ ଖାଦ୍ୟରେ ସାଇନାଇଡ୍ ଦେଇ ହତ୍ୟା କରିଥିଲେ ।୬ ବର୍ଷ ପରେ ସେ ଶ୍ବଶୁର ଟମ୍ ଥୋମାସ୍‌ଙ୍କୁ ମଧ୍ୟ ସେହିଭଳି ଢଙ୍ଗରେ ହତ୍ୟା କରିଥିଲେ ।୨୦୧୧ରେ ଜଲିଙ୍କ ସ୍ବାମୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଲା ।ଏହାପରେ ୨୦୧୪ରେ ତାଙ୍କ ଶାଶୁଙ୍କର ଭାଇ ମାଥ୍ୟୁଙ୍କର ମଧ୍ୟ ସନ୍ଦେହଜନକ ମୃତ୍ୟୁ ଘଟିଲା ।ଏହାପରେ ୨ ବର୍ଷର ଶିଶୁ ଆଲ୍‌ଫାଇନ୍‌ର ମୃତ୍ୟୁ ଘଟିଥିଲା ।୨୦୧୬ରେ ଆଲଫାଇନ୍‌ର ମା' ଫେଲି ମଧ୍ୟ ସମାନ ଢଙ୍ଗରେ ପ୍ରାଣ ହରାଇଥିଲେ ।ଏହିସବୁ ହତ୍ୟାକାଣ୍ଡ ପରିବାରର ବୋହୁ ଖାଦ୍ୟରେ ସାଇନାଇଡ୍‌ ଦେଇ ଘଟାଉଥିଲେ ମଧ୍ୟ କେହି ଟେର୍‌ ପାଇନଥିଲେ ।୪୭ ବର୍ଷୀୟ ଜଲି ଥୋମାସ୍‌ଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ଏଥିରେ ସାହାଯ୍ୟ କରିଥିବା ଅନ୍ୟ ୨ ଜଣ ମଧ୍ୟ ଗିରଫ ହୋଇଛନ୍ତି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.