କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ୩ ଯୁବକ ଅଟକ : ଛାତ୍ରୀ ଏବଂ ଜଣେ ଯୁବକଙ୍କ ମିଳୁନି ପତ୍ତା

Published By : Prameya-News7 Bureau | February 28, 2020 IST

ପାଟଣା ୨୮।୨: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା କଲେଜର ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ୩ ଜଣ ଯୁବକଙ୍କୁ ତୁରୁମୁଙ୍ଗା ପୋଲିସ ଅଟକ ରଖିଛି । ଏହାସହ ଅପହରଣ ପାଇଁ ବ୍ୟବ୍ୟହୃତ ହୋଇଥିବା ଏକ କାରକୁ ପୋଲିସ ଜବତ କରିଛି ।

{"id":230161,"sizeSlug":"large"}

ସୂଚନାଯୋଗ୍ୟ ଯେ ଗତକାଲି ଅପରାହ୍ନରେ ତୁରୁମୁଙ୍ଗା କଲେଜର ଜଣେ ଛାତ୍ରୀ ନିଜ ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ୪ ଜଣ ଯୁବକ ତାଙ୍କୁ ଜୋର ଜବରଦସ୍ତ ଗାଡିରେ ନେଇ ପଳାଇ ଯାଇଥିଲେ । ଏନେଇ ଛାତ୍ରୀଙ୍କ ବାପା ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ବିଭିନ୍ନ ଅଞ୍ଚଳରେ ଛାନଭିନ ଜାରି ରଖି ଢେଙ୍କିକୋଟ ନିକଟରୁ କାରଟିକୁ ଧରିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଜଣେ ଯୁବକ ଓ ଛାତ୍ରୀଙ୍କ କୌଣସି ପତ୍ତା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.