ଝଡ଼ ତୋଫାନ ବେଳେ ପୁରୁଣା ଘରେ ମୁଣ୍ଡ ଗୁଞ୍ଜିଥିଲେ; ହଠାତ୍ ଭାଙ୍ଗିଗଲା ଘର, ଆଉ ତା ପରେ…
23/03/2023 at 11:07 PM

ବାଲିପାଟଣା ୨୩/୦୩ : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଡେଙ୍ଗ ଗାଁରେ ଛାଡ଼ ପଡ଼ି ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଡାକ୍ତର ୨ ଜଣଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି। ଗୁରୁତରମାନେ ହେଲେ ନିଆଳି ସିଠାଳ ଗ୍ରାମର ମଙ୍ଗୁଳି ସେନାପାତି, ବନମାଳିପୁରର ସୁଚିତ୍ର ବେହେରା ଏବଂ କୋରାପୁଟର ଶଙ୍କର ବିଶୋଇ।

ଖବର ଅନୁସାରେ, ଗୁରୁବାର ୩:୩୦ରେ ବାଲିପାଟଣାରେ ଝଡ଼ ତୋଫାନ ହୋଇଥିଲା। ଡେଙ୍ଗ ଗାଁରେ ଟାୱାର କାମ କରୁଥିବା ୩ ଯୁବକ ପାଖରେ ଥିବା ଏକ ଘରେ ଆଶ୍ରୟ ନେଇଥିଲେ। କିଛି ସମୟ ପରେ ସେହି ଘରର ଛାତ ହଠାତ୍ ଭାଙ୍ଗି ଭୁଷୁଡ଼ିପଡ଼ିଥିଲା। ସେଥିରେ ୩ ଜଣ ଯୁବକ ଚାପି ହୋଇଯାଇଥିଲେ। ଛାତଟି ପୁରୁଣା ହୋଇଥିବାରୁ ଏପରି ଅଘଟଣ ହୋଇଥିବା କୁହାଯାଇଛି।