ଖେଳୁଥିବା ବେଳେ ଆର୍ଥିଙ୍ଗ ତାର ଲାଗି ୩ବର୍ଷ ଶିଶୁର ମୃତ୍ୟୁ

Published By : Prameya-News7 Bureau | March 20, 2023 IST

ଭଦ୍ରକ ୨୦।୩: ବିଦ୍ୟୁତ ଆଘାତରେ ୩ ବର୍ଷ ଶିଶୁର ମୃତ୍ୟୁ । ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଷ୍ଟେ ତାର ଲାଗି ମୃତ୍ୟୁ ସୂଚନା । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମୁଲାସାହି ୮ ନମ୍ୱର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମୁଲାସାହି ୮ ନମ୍ୱର ୱାର୍ଡର ଏସ.କେ. ଜୁମା ନାମକ ୩ ବର୍ଷର ଛୋଟ ପିଲାଟିଏ ଖେଳୁଥିବା ସମୟରେ ଘର ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଆର୍ଥିଙ୍ଗ ବା ଷ୍ଟେକୁ ଧରିଦେବାରୁ ବିଦ୍ୟୁତ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ସଂଗେ ସଂଗେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।  ଭଦ୍ରକ ମେଡିକାଲରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ ଆମ ପିଲାଙ୍କ ମୃତ୍ୟୁ ହୋଇଛି ବୋଲି ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.