ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଋଷ ସନ୍ତରଣକାରୀ କହିଲେ ସଫଳତାର ସୂତ୍ର : ୩ ଥର ଅଲିମ୍ପିକ ଗୋଲ୍ଡ ବିଜୟିନୀ ଆଲା ସିସ୍କିନାଙ୍କ ବିଜୟ ରହସ୍ୟ ପଛରେ ଅନ୍ତରଙ୍ଗ ଶାରୀରିକ ସମ୍ପର୍କର କାରଣ

19/08/2021 at 6:51 PM

ନୂଆଦିଲ୍ଲୀ ୧୯/୦୮ : ପ୍ରତିଯୋଗିତାକୁ ଯିବା ପୂର୍ବରୁ ସେକ୍ସ ସକାରାତ୍ମକ ପ୍ରଭାବ ପକାଇଥାଏ । ଏଭଳି ବୟାନ ଦେଇଛନ୍ତି ଟୋକିଓ ଅଲିମ୍ପିକରେ ଗୋଲ୍ଡ ମେଡାଲ ଜିତିଥିଲା ଋଷର ସନ୍ତରକ ଆଲା ସିସ୍କିନା । ସେ କହିଛନ୍ତି, ଗୋଟିଏ ପ୍ରତିଯୋଗିତାକୁ ଯିବା ପୂର୍ବରୁ ସେକ୍ସ କଲେ ତାହା ଅନ୍ତର୍ନିହିତ ଶକ୍ତିକୁ ଆହୁରି ମଜବୁତ କରିଦେଇଥାଏ । ଯାହା ଫଲରେ ପ୍ରତିଯୋଗିତାରେ ଏହାର ସକାରାତ୍ମକ ପ୍ରଭାବ ପଡିଥାଏ । ଋଷ ସନ୍ତରକ ଆଲା ସିସ୍‌କିନା ୩ଟି ଅଲିମ୍ପିକରେ ସ୍ବର୍ଣ୍ଣ ଜିତିଛନ୍ତି । ଚଳିତ ଥର ଜାପାନର ଟୋକିଓରେ ଖେଳାଯାଇଥିଲା ଅଲିମ୍ପିକରେ ସେ ପୁଣି ଥରେ ସ୍ବାର୍ଣ୍ଣ ପଦକ ଜିତିଛନ୍ତି ।

ଋଷିଆର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ‘ଡାକ୍ତରଙ୍କ ସହ ଏହି ବିଷୟରେ କଥା ହେବାପରେ ବୈଜ୍ଞାନିକମାନେ କହିଥିଲେ ଯେ, ଯଦି ଆପଣଙ୍କୁ ଅଧିକ ପରିମାଣର ଶକ୍ତି ଆବଶ୍ୟକ କିମ୍ବା କୌଣସି କାର୍ଯ୍ୟ କରୁଛନ୍ତି ଯାହାକି ଉଭୟ ଶାରୀରିକ ଏବଂ ମାନିସକ ଭାବେ ବେଶ ଶକ୍ତ ହୋଇଥିବ ତେବେ ଆପଣଙ୍କୁ ଯୌନ କ୍ରିୟା କରିବା ଆବଶ୍ୟକ । କିନ୍ତୁ ଯଦି ଲମ୍ବା ସମୟ ଧରି କିଛି କରିବାକୁ ଅଛି ତେବେ ସେକ୍ସ କରିବା କଥା ନୁହେଁ ।’

ସେ କହିଛନ୍ତି ଯେ, ଏହା କୌଣସି ପରୀକ୍ଷଣରୁ ବାହାର କରାଯାଇନାହିଁ ବରଂ ନିଜେ ଅନୁଭବ କରି ଏପରି ଜାଣିହୁଏ ଯାହାକୁକି ସେ ଅନୁଭବ କରିପାରୁଛନ୍ତି । ସିସ୍କିନା ଆହୁରି କହିଛନ୍ତି ଯେ ବର୍ଦ୍ଧିତ ଉତ୍ତେଜନା ମହିଳାମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ଏବଂ ମାଂସପେଶୀ ଜନୀତ ଉପକାର କରିଥାଏ । କୌଣସି ପ୍ରତିଯୋଗିତା ପୂର୍ବରୁ ବିନା ସମ୍ଭୋଗ ସୁଖ ସେକ୍ସ ସେହିମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନଙ୍କୁ ମାଂଶପେଶୀ ଶକ୍ତି ବୃଦ୍ଧି ଆବଶ୍ୟକତା ହୋଇଥାଏ ।

ସିସ୍କିନା କହିଛନ୍ତି, ଟେଷ୍ଟୋଷ୍ଟେରନ୍ ଦ୍ବାରା ପ୍ରତିଯୋଗିତା ସମୟରେ ଅଧିକ ରାଗ ଏବଂ ଆକ୍ରୋଶ ପ୍ରଦର୍ଶନ କରନ୍ତି ପ୍ରତିଯୋଗୀ । ତେଣୁ ଯଦି ଆପଣଙ୍କୁ ଭଲ ଲାଗୁଛି ସକାରାତ୍ମକ ଭାବନା ରହୁଛି ତେବେ, ସେକ୍ସ କରନ୍ତୁ ନଚେତ ଏହାଠାରୁ ଦୂରେଇ ରୁହନ୍ତୁ । ସେ ଏହା ମଧ୍ୟ ଦୃଢତାର ସହ କହିଛନ୍ତି ଯେ ଯେଉଁମାନେ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଯଦି ସେମାନଙ୍କ ବଡ ସ୍ତନ ରହିଥାଏ ତେବେ ତାହା ଅଧିକ ସମୟ ପାଇଁ ପାଣିରେ ଭାସିବାରେ ସାହାଯ୍ୟ କରେ । ଏହାସହିତ ଯେଉଁମାନେ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଏବଂ ଯଦି ସେମାନଙ୍କ ଛାତି ବଡ ଥାଏ ତେବେ ଅ​‌େ​‌ସ୍ତ୍ରାପଚାର ନକରିବାକୁ ସେ ଚେତାବନୀ ଦେଇଛନ୍ତି । କେବଳ ବ୍ୟାୟାମ ଦ୍ବାରା ଏହାକୁ ସାମାନ୍ୟ ଏବଂ ଦୃଢ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅନେକ ପ୍ରତିଯୋଗୀ ସନ୍ତରଣରେ ଭଲ ପ୍ରଦର୍ଶନ ପାଇଁ ସ୍ତନ୍ୟପାନ ଗ୍ରନ୍ଥିଗୁଡିକ ହ୍ରାସ କରିବା ପାଇଁ ଅପରେସନ୍ କରନ୍ତି। ଏହି ଅପରେସନ ଜଟିଳ ଏବଂ ବେଶ ବ୍ୟୟବହୁଳ ହୋଇଥାଏ ।

   Related Posts