ବାସନ ଦୋକାନରୁ କଂସା ବାସନ ଚୋରି, ୩ ଚୋରକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | December 15, 2021 IST

ପାଟଣା ୧୫।୧୨: କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ତିନି ଜଣ ବାସନ ଚୋରକୁ ବୁଧବାର ଗିରଫ କରିଛି। ସୁଜିତ ରାମଙ୍କ ସଅଁରାପଶି ସ୍ଥିତ ଘରେ ଥିବା ବାସନ ଦୋକାନରୁ  କଂସା ବାସନ ଚୋରି ଅଭିଯୋଗରେ ଆଜି  ୩ ଚୋରଙ୍କୁ ଗିରଫ କରି  କୋର୍ଟ ଚାଲଣ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଉଛନ୍ତି ବଡ଼ ପାଟଣା ଗ୍ରାମର ସୁଶାନ୍ତ କାରୁଆ, ବିନ୍ଦ କାରୁଆ ଓ ଟିକାୟତ ପାଟଣା ଗ୍ରାମର ଜୟଚନ୍ଦ୍ର ସାହୁ । ସୁଶାନ୍ତ ଓ ବିନ୍ଦ କଂସା ବାସନ ଚୋରି କରିଥିବା ବେଳେ  ଜୟ ଚନ୍ଦ୍ର ଚୋରି ସାମଗ୍ରୀକୁ କିଣି ଘରେ ରଖି ଥିବା ଅଭିଯୋଗ ହୋଇଥିଲା। ଏନେଇ ପାଟଣା ଥାନା ରେ ୨୩୭/୨୧ରେ ଏକ ମାମଲା ରୁଜୁ କରି  ୪୫୭, ୩୮୦, ୪୧୧, ୩୪ ଆଇ,ପି,ସି ରେ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.