କୈଲିବେଡା ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ

Published By : Prameya-News7 Bureau | February 25, 2024 IST

ମାଲକାନଗିରି ୨୫।୦୨ : ମାଲକାନଗିରି-ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ହାର୍ଡକୋର ମାଓବାଦୀ ନିହତ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ଖବର ଅନୁଯାୟୀ, କୈଲିବେଡା ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ବିଏସଏଫ ବାହିନୀ ପକ୍ଷରୁ ମିଳିତ ଭାବେ ସେହି ସ୍ଥାନରେ କରିଥିଲେ ଚଢାଉ। ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ କିଛି ସମୟ ଧରି ଗୁଳିବିନିମୟ ଜାରି ରହିଥିଲା । ଏହି ଏନ୍‌କାଉଣ୍ଟରେ ତିନି ଜଣ ମାଓବାଦୀଙ୍କ ନିହତ ହୋଇଥିବା ଜଣାପଡିଛି । ସେପଟେ ସମସ୍ତ ଯବାନ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି କାଙ୍କେର ଏସ୍‌ପି ଇନ୍ଦିରା କଲ୍ୟାଣ ଏସେଲା।

wp:embed {"url":"https://www.prameyanews7.com/boat-trap-in-middile-of-chilika/","type":"wp-embed","providerNameSlug":"prameya-news-7"}
https://www.prameyanews7.com/boat-trap-in-middile-of-chilika/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.