ଟ୍ରକ୍ ଡ୍ରାଇଭରଙ୍କୁ ମାଡ ମାରିବା ଘଟଣା: ଜଣେ ନାବାଳକଙ୍କ ସମେତ ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 19, 2020 IST

ସାନଖେମୁଣ୍ଡି୧୯|୮: ନୂଆପଡ଼ା ରାସ୍ତାର  ପତ୍ରଚୁଡି ଗ୍ରାମ ନିକଟରେ ୨ଟି ବାଲି ବୋଝେଇ ଟ୍ରକକୁ ଅଟକାଇବା ସହ ଚାଳକଙ୍କୁ ମାଡ଼ ମାରି ଡକାୟତି ମାମଲାରେ କେ.ନୂଆଗାଁ ଥାନା ପୋଲିସ ବୁଧବାର ଜଣେ ନାବାଳକଙ୍କ ସମେତ  ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ନାବାଳକ ଜଣକ ହେଲେ କେ. ନୂଆଗାଁ ଥାନା ବଡ଼ କେଳାଝରି ଗ୍ରାମର ରାଜା ଗୌଡ ଓ ଅନ୍ୟ ଅଭିଯୁକ୍ତ ୨ ଜଣ ହେଲେ କେ.ନୂଆଗାଁ ଥାନା ବଡ଼କେଳାଝରି ଗ୍ରାମରେ ରହୁଥିବା କୁମରଡ଼ା ଗ୍ରାମର ଜିତୁ ଓରଫ ଜିତେନ୍ଦ୍ର ପ୍ରଧାନ। ଏହି ମାମଲାରେ ସମ୍ପୃକ୍ତ ବଡ଼କେଳାଝରୀ ଗ୍ରାମର  ନାବାଳକ ରାଜାଙ୍କୁ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରାଯିବା ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନଙ୍କ  ନିକଟରୁ ୨ଟି ବୋମା,୨ଟି ମୋବାଇଲ ଫୋନ୍,୧ ଖଣ୍ଡା, ଟିଭିଏସ ବାଇକ୍ ଏବଂ ନଗଦ ୨୮ ଶହ ଟଙ୍କା  ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.