ପରୀକ୍ଷାରୁ ହେଲେ ବଞ୍ଚିତ, ଆତ୍ମାହୁତି ଉଦ୍ୟମ କଲେ ତିନି ଛାତ୍ରୀ
31/03/2023 at 1:11 PM

ଅନୁଗୋଳ ୩୧।୦୩ : ତିନି ଜଣ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ । ପରୀକ୍ଷା ଦେବାରୁ ବଞ୍ଚିତ ଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଛାତ୍ରଛାତ୍ରୀ । ଅନୁଗୋଳ ସାଇଶ୍ରଦ୍ଧା ନର୍ସିଂ ସ୍କୁଲର ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛି ।
ଖବର ଅନୁଯାୟୀ, ଏହି ନର୍ସିଂ ସ୍କୁଲର ତିନି ଜଣ ଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଆଡମିଟ୍ କାର୍ଡ ଇସ୍ୟୁ ହୋଇଥିଲା । କିନ୍ତୁ ଏହା ଡ୍ୟୁପ୍ଲିକେଟ୍ ବୋଲି କହି ଚଳିତ ବର୍ଷ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ । ଗତ ୧୭ ତାରିଖ ଦିନ ସେମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନରେ ବସିଥିଲେ । ୨୭ ତାରିଖ ଦିନ ପୋଲିସ ସେମାନଙ୍କୁ ବୁଝାସୁଝା କରି ଘରକୁ ଯିବା ପାଇଁ କହିଥିଲା । ତାପରେ ବି ତାଙ୍କର କୌଣସି ସମସ୍ୟାର ସମାଧାନ ହୋଇନଥିଲା ।
ଶେଷରେ ଶୁକ୍ରବାର ଦିନ ଛାତ୍ରୀମାନେ ଆତ୍ମହୁତି ଉଦ୍ୟମ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପେଟ୍ରୋଲ ବୋତଲକୁ ଜବତ କରିଛି । ଏହାସହ ଛାତ୍ରୀମାନଙ୍କୁ ବୁଝାସୁଝା କରୁଛି ।
ସେପଟେ ଛାତ୍ରୀଜଣଙ୍କ କହିଛନ୍ତି ଯେ, ବାରମ୍ବାର ଅଭିଯୋଗ ପରେ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ । ଶେଷରେ ଆମେ ଜୀବନ ହାରିଦେବୁ । ଅଭିଯୁକ୍ତ ଜଣଙ୍କ ପଇସା ବାଲା ବୋଲି ପ୍ରଶାସନ ଘୋଡାଇ ରଖୁଛି । ଆଉ ଆମେ ଗରିବ ବୋଲି ଆମକୁ ନ୍ୟାୟ ଦେଉନାହାନ୍ତି ।