ପୁରୀ ୦୬।୦୭ : ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ । ରଥଖଳାରୁ ଆସି ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ । ପ୍ରଥମେ ନନ୍ଦିଘୋଷ ରଥ, ପରେ ଦେବଦଳନ ଏବଂ ତାଳଧ୍ୱଜ ରଥ ଆସିବ ସିଂହଦ୍ୱାର ସମ୍ମୁଖରେ ଲାଗିଛି । ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।
ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ରଥଖଳାରେ ବିଜେ ହୋଇଥିଲା ଆଜ୍ଞାମାଳ । ତିନି ରଥରେ ଆଜ୍ଞାମାଳ ବିଜେ ପରେ ରଥତ୍ରୟ ସିଂହଦ୍ୱାର ଅଭିମୁଖେ ଗଢିଥିଲା । ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସିଥିଲା । ଆଉ ପରେ ଦେବଦଳନ ଏବଂ ତାଳଧ୍ୱଜ ରଥ ଆସି ପହଞ୍ଚିଛି ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ରଥ ଯାତ୍ରା ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଖାସ୍ କରି ରଥଯାତ୍ରାରେ ଭିଡ ନିୟନ୍ତ୍ରଣ ପାଇଁ ୪୫୦ ଅଧିକାରୀ ନିୟୋଜିତ ହୋଇଛନ୍ତି । ସେହିପରି ଭିଡ଼ ଉପରେ କଡ଼ା ନଜର ରଖିବ ଡ୍ରୋନ । ସିସିଟିଭି ନଥିବା ଅଞ୍ଚଳରେ ଡ୍ରୋନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।