ପୁରୀ ୧୧।୦୮: ପୁରୀରେ ରଥ ଭଙ୍ଗା କାମ ଆରମ୍ଭ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ସରିବା ପରେ ଆଜିଠାରୁ ଆରମ୍ଭ ହୋଇଛି ରଥ ଭଙ୍ଗା ପ୍ରକ୍ରିୟା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯାଉଛି। ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ୧୦ ଜଣ ଭୋଇ ସେବକ ରଥ ଭାଙ୍ଗିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତିନି ରଥ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ୭ ରୁ ୮ ଦିନ ଲାଗିବ।
ରାଜଧାନୀରେ ବିଭିନ୍ନ ଗଣେଶପୂଜା ମଣ୍ଡପ ବୁଲିଲେ ନବୀନ