କାଜୁ ବୋଝେଇ ଟ୍ରକରେ ଚୋରା କାରବାର, ଉତ୍ତରପ୍ରଦେଶ ଚାଲାଣ ବେଳେ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ
25/08/2020 at 7:31 AM

ମୋହନା ୨୫।୦୮: ଗଜପତି ଜିଲ୍ଲା ଅଡବା ଥାନା ମାଣ୍ଡିମେରା ନିକଟରୁ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ । ଏକ କାଜୁ ବୋଝେଇ ଟ୍ରକରୁ ଏହି ଗଞ୍ଜେଇ ଜବତ ହୋଇଥିବା ବେଳେ ଚୋରା ଚାଲାଣ ଅଭିଯୋଗରେ ୨ଜଣକୁ ଗିରଫ କରାଯାଇଛି । ସେମାନେ ହେଲେ ଉତ୍ତର ପ୍ରଦେଶର ଔରଜ୍ୟ ଜିଲ୍ଲା ଜାଗିରପୁର ଗାଁର ବିପିନ କୁମାର ଓ ମନୁ କୁମାର ପାଲ ।
ଗତକାଲି ରାଇପଙ୍କା ଓ ମାଣ୍ଡିମେରା ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ୧୦ ଚକିଆ ଟ୍ରକକୁ ଅଟକାଇ ଯାଂଞ୍ଚ କରିଥିଲା ଅବଡା ପୋଲିସ । ଯାଞ୍ଚ ପରେ ଟ୍ରକରେ ୧୮ ଟନ କାଜୁ ଵୋଝେଇ ଥିବା ସହ ୩ କ୍ବିଣ୍ଟାଲ ୪୪କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣା ପଡିଥିଲା । ଯାହାର ଅନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଏହି ଗଞ୍ଜେଇ ରାଇପଙ୍କା ଅଞ୍ଚଳରୁ ଉତ୍ତର ପ୍ରଦେଶ ଚାଲାଣ ହେଉଥିବା ତଦନ୍ତରୁ ଜଣାପଡିଛି ।