ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

Published By : Prameya-News7 Bureau | February 29, 2024 IST

ଉଦଳା ୨୯।୨: ବାଇକ୍ ଏବଂ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଉଦଳା-ବାରିପଦା ରାଜ୍ୟ ରାଜପଥର ବାଇଗଣବାଡିଆ ଛକ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଏକ ବାଇକ୍‌ରେ ଦୁଇ ଜଣ ଯୁବକ ଉଦଳା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ସ୍କୁଟିରେ ଜଣେ ଯୁବକ ଯାଉଥିଲେ । ବାଇଗଣବାଡିଆ ଛକ ନିକଟରେ ଉଭୟ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍‌ରେ ଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି । ଖବରପାଇ ବଡସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବେପରୁଆ ଏବଂ ଦ୍ରୁତଗତିର ଗାଡି ଚାଳନା ଯୋଗୁଁ ଏପରି ଅଘଟଣ ଘଟିଥିବା ବେଳେ ମୃତକ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଯଦୁନାଥପୁର ଅଞ୍ଚଳର ଏବଂ ଜଣେ ବାଲିଯୋଡା ଅଞ୍ଚଳର ବୋଲି ଜଣାପଡିଛି ।

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.