ସ୍ପା ସେଣ୍ଟରରେ ଚାଲିଥିଲା ସେକ୍ସ ରାକେଟ୍, ପର୍ଦ୍ଦାଫାଶ କଲା ପୋଲିସ : ତିନି ଗିରଫ

Published By : Prameya-News7 Bureau | February 22, 2020 IST

ବେଙ୍ଗାଲୁରୁ ୨୨।୦୨: ସ୍ପା ସେଣ୍ଟରରୁ ସେକ୍ସ ରାକେଟ ଠାବ । କର୍ଣ୍ଣାଟକ ରାଜ୍ୟର ରାଜଧାନୀ  ବେଙ୍ଗାଲୁରୁ ନିକଟରୁ ସେକ୍ସ ରାକେଟ ଠାବ ହୋଇଛି । କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଚଢାଉ କରି ସେକ୍ସ ରାକେଟ ଚଲାଉଥିବା କଲଗାର୍ଲଙ୍କୁ ପର୍ଦ୍ଦାଫାଶ କରିଛି । ଚଢାଉ କରି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ୬ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୩ଜଣ ଗ୍ରାହକଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ବେଙ୍ଗାଲୁରୁ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଏକ ସ୍ପା ସେଣ୍ଟରରେ ଚଢାଉ କରିଥିଲା । ଦୀର୍ଘ ଦିନ ହେଲା ସ୍ପା ସେଣ୍ଟର ବାହାନାରେ ସେକ୍ସ ରାକେଟ ଚାଲୁଥିବା ଅଭିଯୋଗ ହୋଇଥିଲା । ତେବେ ଗୁରୁବାର ଦିନ ପୋଲିସ ଓ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ମହାଦେବପୁରରେ ଏକ ସ୍ପା ସେଣ୍ଟରରେ ଚଢାଉ  କରିଥିଲା । ଚଢାଉ ସମୟରେ ପୋଲିସ ୬ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୩ଜଣ ଗ୍ରାହକଙ୍କୁ ଗିରଫ କରିଛି । ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଜାରି ରଖିଛି ।

ତେବେ କେତେଦିନ ହେଲା ସ୍ପା ସେଣ୍ଟରରେ ସେକ୍ସ ରାକେଟ ଚାଲିଥିଲା । ଏବଂ ସହରରେ ଏହିପରି କେତୋଟି ସ୍ପା ସେଣ୍ଟର ରହିଛି ତାହାକୁ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.