ବାରିପଦାରୁ ୧୫ କେଜି ସୁନା ଜବତ, ୩ ଅଟକ

Published By : Prameya-News7 Bureau | October 26, 2024 IST

ବାରିପଦା ୨୬।୧୦ : ବାରିପଦାରେ ୧୫ କେଜିରୁ ଅଧିକ ସୁନା ଅଳଙ୍କାର ଜବତ । ବାରିପଦା ଜିଏସ୍‌ଟି ପକ୍ଷରୁ ଚଢାଉ କରି ଏତେ ପରିମାଣର ସୁନା ଜବତ ହୋଇଛି । ଏହାସହିତ ଏହି ଘଟଣାରେ ବ୍ୟବହୃତ ଲଜିଷ୍ଟିକ୍‌ ଗାଡ଼ି ସହ ୩ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । 

ଖବର ଅନୁଯାୟୀ, ପ୍ରଥମେ ମୁମ୍ବାଇରୁ କୋଲକାତା ଏବଂ ପରେ କୋଲକାତାରୁ ବାରିପଦା ଆସୁଥିଲା ବିପୁଳ ପରିମାଣର ସୁନା ଅଳଙ୍କାର । ବାରିପଦା ଏବଂ ବାଲେଶ୍ଵରର ବିଭିନ୍ନ ସୁନା ଦୋକାନକୁ ଯାଉଥିଲା ଏହି ସୁନା ଅଳଙ୍କାର। କାଗଜପତ୍ର ଠାରୁ ଅଧିକ ସୁନା ଆସୁଥିବା ନେଇ ସନ୍ଦେହ କରିଥିଲା ବାରିପଦା ଜି.ଏସ.ଟି ଟିମ୍। ସନ୍ଦେହ କରି ଯାଞ୍ଚ କରିଥିଲା। ଏହି ଯାଞ୍ଚ ପରେ ୧୫କେଜିରୁ ଅଧିକ ସୁନା ଅଳଙ୍କାର ଜବତ କରିଛି ବାରିପଦା ଜିଏସଟି ଟିମ୍। ଏହାସହ ଘଟଣାରେ ସମ୍ପୃକ୍ତ ଥିବା ଲଜିଷ୍ଟିକ୍‌ ଗାଡ଼ି ଜବତ ହେବା ସହ ୩ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ବାରିପଦା ଡେପୁଟି କମିଶନର ଏନେଇ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.