ପିକଅପ୍ ଭ୍ୟାନ୍ ସହ ବାଇକ୍ ଧକ୍କା; ଚାଲିଗଲା ୩ ଜଣଙ୍କ ଜୀବନ
12/03/2023 at 5:22 PM

ଅନୁଗୋଳ ୧୨/୦୩: ଅନୁଗୋଳ ଜିଲ୍ଲା ୫୫ ନମ୍ୱର ଜାତୀୟ ରାଜପଥ ସାନ୍ତରାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିକଅପ ଭ୍ୟାନ୍ ଓ ବାଇକ୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ତିନି ମୃତକ ହେଲେ ସିପୁ ପ୍ରଧାନ, ସୁନିଲ ପ୍ରଧାନ ଓ ମାନସ ବେହେରା। ମୃତକ ତିନି ଜଣ ବାଇକ୍ରେ ଯାଉଥିବା ବେଳେ ଏକ ପିକଅପ୍ ଭ୍ୟାନ୍ ସହିତ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେମାନେ କୁଲେଇ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।
ଖବର ଅନୁସାରେ, କୁଳେଇ ଗାଁର ୩ ଯୁବକ ବାଇକ୍ରେ ଜରପଡା ଆଡକୁ ଯିବାବେଳେ ଅନୁଗୋଳକୁ ଯାଉଥିବା ଏକ ପରିବା ବୋଝେଇ ପିକଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସେଠାରେ ସେମାଭଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ପାଇ ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି।
Related Posts
କମିଲା ପଶ୍ଚିମାଝଡ଼ ପ୍ରଭାବ, ରବିବାରଠୁ ବଢିବ ତାତି
2 April 2023
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023