ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ; ଜଣେ ଗୁରୁତର

Published By : Prameya-News7 Bureau | May 19, 2023 IST

ଝାରସୁଗୁଡ଼ା ୧୯/୦୫: ଦୁଇ ବାଇକ ମୁହାଁମୁହିଁ ଧକ୍କା। ଫଳରେ  ୩ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି। ଝାରସୁଗୁଡ଼ା-ସୁନ୍ଦରଗଡ ରାସ୍ତାର ଦୁର୍ଲଗା ଛକ ପାଖରେ ଏପରପି ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ  ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଜଣେ ମହିଳାଙ୍କ ଚିକିତ୍ସା ଚାଲିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। ସେମାନେ ୨ ଜଣ ସୁନ୍ଦରଗଡ ଜିଲ୍ଲା ନାଚେନଡ଼ିହିର ଏବଂ ଅନ୍ୟ ଜଣେ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.