ଘର ଉପରେ ମାଡିଗଲା ଟ୍ରକ୍, ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | June 15, 2019 IST

ଜୟପୁର ୧୫|୬: ଜୟପୁର ଭେଜାପୁଟରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ଘର ଉପରକୁ ମାଡି ଯାଇଛି ଟ୍ରକ୍ । ଗୋଟିଏ ପରିବାରର ତିନି ଜଣଙ୍କ ଉପରେ ଟ୍ରକ୍ ମାଡିଯାଇଛି । ଫଳରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

{"id":123042}

ମୃତକ ହେଲେ ଆନନ୍ଦ ଖୋସଲା, ତାଙ୍କ ପତ୍ନୀ ପଦ୍ମା ଖୋସଲା ଓ ୧୦ ବର୍ଷର ଝିଅ ଜ୍ୟୋସ୍ନାରାଣୀ । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ପୁଅ । ସେ ଘର ବାହାରେ ଶୋଇଥିବାରୁ ଜୀବନ ବଞ୍ଚିଯାଇଛି । ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବାବେଳେ ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":123043}

ତେବେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତଲୋକ ରାସ୍ତା ଅବରୋଧ କରିଛନ୍ତି ।

{"id":123044}

ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତଲୋକ । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.