scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆମ୍ବୁଲାନ୍ସରେ ସଢୁଛି ଦାଦନ ଶବ

11/05/2018 at 3:55 AM

ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ୩ ଜଣଙ୍କର ମୃତ୍ୟୁ ଘଟଣା । ମୃତ୍ୟୁର ୩ ଦିନ ପରେ ମଧ୍ୟ ଆମ୍ବୁଲାନ୍ସ ଭିତରେ ମୃତଦେହ ପଡିରହିଛି । କ୍ଷତିପୂରଣ ନମିଳିବା ଯାଏଁ ଶବ ସତ୍କାର କରାଯିବନି ବୋଲି ଗାଁ ଲୋକ ଜିଦ୍ ଧରି ବସିଛନ୍ତି । ଆଜି ମୃତକଙ୍କ ପରିବାର ସଦସ୍ୟଙ୍କ ସହ ଗାଁର ୮ଜଣ ଲୋକ ବିମାନ ଯୋଗେ ମୃତକମାନେ କାମ କରୁଥିବା ସିକନ୍ଦରାବାଦ କମ୍ପାନୀକୁ ଯାଇଛନ୍ତି । ସେଠାରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ । କ୍ଷତିପୂରଣ ମିଳିବା ପରେ ହିଁ ଶବ ସତ୍କାର ନେଇ ନିଷ୍ପତ୍ତି ନିଆଯିବ ବୋଲି ପରିବାର ଲୋକେ କହିଛନ୍ତି । ସେପଟେ ପ୍ରଶାସନର ମଧ୍ୟ ତତ୍ପରତା ପ୍ରକାଶ କରିଛି । ଜିଲ୍ଲାପାଳଙ୍କ ନିରର୍ଦ୍ଦେଶ କ୍ରମେ ଚାନ୍ଦବାଲି ବାଘନଟା ଗାଁରେ ଶ୍ରମ ଅଧିକାରୀମାନେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଛନ୍ତି । କେଉଁଠିକୁ ସେମାନେ କାମ କରିବାକୁ ଯାଇଥିଲେ, କିପରି ସେମାନଙ୍କର ମୃତ୍ୟୁ ହେଲା ସେ ସବୁ ସମ୍ପର୍କରେ ଆଲୋଚନା କରିଛନ୍ତି । ସିକନ୍ଦରାବାଦର ଏକ ଘରୋଇ କମ୍ପାନୀରେ ପାଇପ୍ କାମ କରୁଥିବା ବେଳେ ,ମାଟି ଅତଡ଼ା ଖସି  ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନେ ହେଲେ ଚାନ୍ଦବାଲି ଥାନା ବାଘନଟା ଗାଁର ସହଦେବ ମହାଳିକଙ୍କ ୨ ପୁଅ ବିକାଶ ଓ ପ୍ରକାଶ ଏବଂ ଯାଜପୁର ମୁକୁନ୍ଦପୁରର ମାନସ ସାହୁ ।

Leave a Reply

   Related Posts