ନକଲି ଆଡ୍ମିଟ୍ କାର୍ଡ ଯୋଗୁଁ ଦେଇ ପାରିଲେନି ପରୀକ୍ଷା; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୩ ନର୍ସିଂ ଛାତ୍ରୀଙ୍କ ଧାରଣା
17/03/2023 at 4:56 PM

ଅନୁଗୋଳ ୧୭/୦୩: କୋର୍ଶ ଫି ଦେଲେ, ଅବଧି ଅନୁସାରେ ପାଠ ମଧ୍ୟ ପଢ଼ିଲେ କିନ୍ତୁ ଦେଇପାରିଲେନି ପରୀକ୍ଷା। ଏନେଇ କଲେଜ୍ କର୍ତ୍ତୃପକ୍ଷ ଓ ପୋଲିସକୁ ଜଣାଇଲେ ମଧ୍ୟ କେହିବି ଶୁଣୁନାହାନ୍ତି। ଫଳରେ ୩ ଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥଛନ୍ତି। ଏପରି ଦୃଶ୍ୟ ଅନୁଗୋଲ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଦେଖିବାକୁ ମିଳିଛି। ଧାରଣାରତ ୩ ଛାତ୍ରୀ ଜିଲ୍ଲାର ଛେଣ୍ଡିାପଦାରେ ଥିବା ସାଇଶ୍ରଦ୍ଧା କଲେଜ୍ ନାଁରେ ଏପରି ଅଭିଯୋଗ ଆଣିଛନ୍ତି।
ଖବର ଅନୁସାରେ, ତିନି ଛାତ୍ରୀ ପୁରା କୋର୍ଶ ଫି ଦେଇଛନ୍ତି, ନାମ ଲେଖାଇ ପାଠ ମଧ୍ୟ ପଢ଼ଛନ୍ତି। କିନ୍ତୁ ଏବେ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରକୁ ଗଲାବେଳକୁ ସେମାନଙ୍କ ପ୍ରବେଶ ପତ୍ର (ଆଡମିଟ୍ କାର୍ଡ) ନକଲି ବୋଲି ଜଣା ପଡ଼ିବାରୁ ସେମାନେ ପରୀକ୍ଷା ଦେଇ ପାରିନାହାନ୍ତି। ଏନେଇ କଲେଜ୍ କର୍ତ୍ତୃପକ୍ଷ ଙ୍କୁ ପଚାରିବାରୁ ସମାନଙ୍କୁ ଓଲଟି ଧମକ ଦିଆଯାଉଥିବା ସେମାନେ କହିଛନ୍ତି। ଏ ବାବଦରେ ପୋଲିସକୁ ପାଖେ ଜଣାଇ ଥିଲେ ମଧ୍ୟ ସେଠାରୁ କୌଣସି ସୁଫଳ ମିଳିପାରିନାହିଁ। ଶେଷରେ ବାଧ୍ୟ ହୋଇ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ସେମାନେ ଧାରଣା ଦେଇଥିବା ସେମାନେ ଜଣାଇଛନ୍ତି । ସେମାନଙ୍କୁ ଉଚିତ କ୍ଷତିପୂରଣ ସହିତ ପରୀକ୍ଷା ପାଇଁ ସୁଯୋଗ ମିଳୁ ବୋଲି ସେମାନେ ଦାବି କରିଛନ୍ତି