ବ୍ରହ୍ମପୁର ୭|୩ (ସୁରଜିତ୍ ପଣ୍ଡା) : ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇ ଥର ଗସ୍ତ ଗଞ୍ଜାମ ଜିଲ୍ଲା ରାଜନୀତିକୁ ଚଳଚଞ୍ଚଳ କରିଛି । ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଜନସମର୍ଥନ ମିଳିବ ବୋଲି ଆଶା କରୁଛନ୍ତି ଦଳୀୟ ନେତା । ସେପଟେ ଦଳରେ ଏକାଧିକ ଆଶାୟୀଙ୍କୁ ମ୍ୟାନେଜ୍ କରିବା ବି କାଠିକର ପାଠ ହୋଇପାରେ । ଶାସକ ଦଳର ଷ୍ଟାଟେଜିକୁ ଦେଖି ବିରୋଧୀ ମଧ୍ୟ ନିଜ ଆକ୍ଟିଭିଟିକୁ ତେଜ୍ କରିଛନ୍ତି । ଏସବୁ ଭିତରେ କେମିତି ଜମିଲାଣି ଗଞ୍ଜାମ ରାଜନୀତି ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା ।
{"id":91379}ଆସିଲାଣି ନିର୍ବାଚନ । ପରୀକ୍ଷା ଦେବେ ନେତା । ପରଖିବେ ଜନତା । ଭୋଟରଙ୍କ ଭରସା ଜିତିବାକୁ ଜୋରସୋରରେ ମାତିଲେଣି ସବୁ ରାଜନୈତିକ ଦଳ । ଏମିତିରେ ବିଜେଡି ତା’ର ଜନସମ୍ପର୍କ ଷ୍ଟ୍ରାଟେଜିରେ ଆଗକୁ ବଢ଼ିବାକୁ ପ୍ରୟାସ ଚଳାଇଛି । ଏହା ଭିତରେ ଦୁଇ ଦୁଇ ଥର ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଉତ୍ସାହିତ ଅଛନ୍ତି ସ୍ଥାନୀୟ ବିଜେଡି ନେତା । ହେଲେ ଜିଲ୍ଲାର କେତେକ ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏମିତିରେ ଆମେ ଯଦି ଦେଖିବା ତାହେଲେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ବିଧାୟିକା ନନ୍ଦିନୀ ଦେବୀଙ୍କ ସମେତ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ ଅଧ୍ୟକ୍ଷା ଲତିକା ପ୍ରଧାନ, ସମାଜସେବୀ ମଙ୍ଗୁଳୁ ପାତ୍ର ବିଜେଡିରେ ଟିକେଟ୍ ଆଶାୟୀ ଅଛନ୍ତି ।
{"id":91380}ସାନଖେମୁଣ୍ଡିରେ ବିଜେଡିର ଏକାଧିକ ଆଶାୟୀ ଏବେ ନିଜ ନିଜ ଷ୍ଟ୍ରାଟେଜିରେ ମାତିଛନ୍ତି । ଠିକ୍ ସେମିତି କବିସୂର୍ଯ୍ୟନଗରରେ ବିଧାୟିକା ତଥା ଖଲିକୋଟ ରାଣୀ ଭି.ସୁଜ୍ଞାନୀ କୁମାରୀ ଦେଓଙ୍କ ସମେତ ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ହର ପ୍ରସାଦ ସାହୁ ମଧ୍ୟ ବିଜେଡି ଟିକେଟ୍ ଆଶାୟୀ ରେସ୍ରେ ଅଛନ୍ତି । ବ୍ରହ୍ମପୁରରେ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ କଂଗ୍ରେସରୁ ବିଜେଡିକୁ ଆସିଥିବା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଏବଂ ବିକ୍ରମ ପଣ୍ଡା ମଧ୍ୟ ଆଶାୟୀ ରେସ୍ରେ ଅଛନ୍ତି । ଗଞ୍ଜାମ ରାଜନୀତିରେ ବିଜେଡିର ସ୍ଥିତି ଭଲ ଥିଲେ ବି ସବୁ ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ ଦଳ ପାଇଁ ଚିନ୍ତାର କାରଣ ହୋଇଛନ୍ତି । ଯାହାର ସୁଯୋଗ ନେବାକୁ ରଣନୀତି ତୟାର କରିଛନ୍ତି ବିରୋଧୀ ।
{"id":91381}ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଆକ୍ଟିଭିଟି ସେତିକି ବଢ଼ିବାଲେ ଲାଗିଛି । ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ରେ ମାତିଛନ୍ତି ଟିକେଟ୍ ଆଶାୟୀ । ଏବେ ଅପେକ୍ଷା କେବଳ ପ୍ରାର୍ଥୀ ଘୋଷଣାକୁ ।