Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ତିନି କୁଖ୍ୟାତ ଡକାୟତ ଗିରଫ, ବନ୍ଧୁକ ଦେଖାଇ ଲୁଟ୍‌ କରିଥିଲେ ୫ ଲକ୍ଷରୁ ଅଧିକ ଟଙ୍କା

30/01/2023 at 11:09 PM

ସୋର, ୩୦/୦୧: ତିନି ଆନ୍ତଃଜିଲ୍ଲା କୁଖ୍ୟାତ ଡକାୟତ ଗିରଫ । ଏହି ତିନି ଡକାୟତଙ୍କୁ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ। ଗତ ୨୩ ତାରିଖରେ ସୋର ଥାନା ଅନନ୍ତପୁର ଗୁଡ଼ ରାସ୍ତା ବାଲିଛନ୍ଦା ଘାଟରେ ଦୁଇଟି ବାଇକରେ ୫ ଜଣ ଡକାୟତ ୫ ଲକ୍ଷ ୭୦ହଜାର  ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ।

ସୂଚନା ଅନୁଯାୟୀ, ୨୩ ତାରିଖରେ ଚିତ୍ତଳ ଗ୍ରାମର ମନୋରଞ୍ଜନ ବାରିକଙ୍କ ଠାରୁ ୫ ଲକ୍ଷ ୭୦ହଜାର ଟଙ୍କା ବନ୍ଧୁକ ଦେଖାଇ ଲୁଟ୍‌ କରି ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ବାଲେଶ୍ୱର ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ଶସାଙ୍କ ଶେଖର ବେଉରିଆଙ୍କ ନେତୃତ୍ବରେ ୩ଟି ଟିମ୍‌ ଗଠନ  କରି ଡ଼କାୟତକୁ ଧରିବା ପାଇଁ ଲାଗି ପଡ଼ିଥିଲେ l ପୋଲିସର ଦୁଇଟି ଟିମ୍‌ ସ୍ଥାନୀୟ ଅଞ୍ଚଳରେ ତଦନ୍ତ କରିବା ପରେ ସୋର ରଘୁନାଥପୁର ଗ୍ରାମରୁ ତିନି ଜଣକୁ ଗିରଫ କରିଛି l

ଗିରଫ ବେଳେ ସେମାନଙ୍କ ନିକଟରୁ ନଗଦ ୪ହଜାର ୫ ଶହ ଟଙ୍କା, ସୁନା  କାନଫୁଲ, ୩ଟି ମୋବାଇଲ ଓ ଦୁଇଟି ଚୋରା ବାଇକକୁ ଜବତ ହୋଇଛି l ଡକାୟତମାନେ ରାଜ୍ୟ ଓ ରାଜ୍ୟ ବାହାରେ  ବିଭିନ୍ନ ଥାନାରେ ୨୮ ରୁ ଉର୍ଦ୍ଧ୍ବ ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିଛି l ୨୮ ମାମଲା ମଧ୍ୟରୁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ୧୨ ମାମଲରେ ପୋଲିସ ସଂପୃକ୍ତ ଥିବା ସୂଚନା ଦେଇଥିଲେ ଏସପି l

ମୁଖ୍ୟ ଅଭିଯୁକ୍ତ ରାଜ୍ୟ ବାହାରରୁ ଦୁଇ ଅପରାଧୀଙ୍କୁ ଆଣି ଅନ୍ୟ ୩ଜଣ ଡକାୟତ ମାନଙ୍କ ସହିତ ମିଶି  ମନୋରଞ୍ଜନଙ୍କ ନିକଟରୁ ଲୁଟ କରିଥିଲେ ଓ ଲୁଟ ବେଳେ କିଛି  ଅପରାଧି ବାହାରେ ରହି ସୁରକ୍ଷା ଦେଉଥିଲେ  l ଶିଳ୍ପାଞ୍ଚଳ ଓ ବ୍ରହ୍ମପୁର ଥାନା ଅଞ୍ଚଳରୁ ଚୋରି କରିଥିବା ବାଇକରେ ଏହି ଅପରାଧ  ଘଟାଇଥିଲେ l ସେହିପରି ଗତ ୫ତାରିଖରେ ବ୍ରହ୍ମପୁର ଥାନା ଯମୁନାଛକ ନିକଟରେ ହୋଇଥିବା କିଓସ୍କୋ ବ୍ୟାଙ୍କରେ ବଡ଼ ଧରଣର ଡକାୟତିରେ ଏମାନଙ୍କର ସଂମ୍ପୃକ୍ତ ଥିବାର ଜଣାପଡିଛି l ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶଶାଙ୍କ ଶେଖର ବେହୁରିଆ ଓ ସୋର ଥାନା ଆଇଆଇସି ସୁଜାତା ଖମାରୀ ମଧ୍ୟ ଉପସ୍ଥିତ ଥିଲେ।

   Related Posts