ୟୁପି ପୋଲିସରେ ଇତିହାସ ହେଲା 'ଥ୍ରୀ ନଟ୍ ଥ୍ରୀ' ରାଇଫଲ, ଦୀର୍ଘ ୭୦ ବର୍ଷରୁ ଥିଲା ପୋଲିସର ସାଥୀ

Published By : Prameya-News7 Bureau | November 29, 2019 IST

ଲକ୍ଷ୍ନୌ : ଉତ୍ତରପ୍ରଦେଶ ପୋଲିସ ବ୍ୟବହାର କରୁଥିବା 'ଥ୍ରୀ ନଟ୍ ଥ୍ରୀ' ରାଇଫଲକୁ ଶୁକ୍ରବାର ସେବାରୁ ହଟାଇ ଦିଆଯାଇଛି। ଦୀର୍ଘ ୭୦ ବର୍ଷ ହେଲା ପୋଲିସରେ ଏହି ରାଇଫଲ ଆଇନଶୃଙ୍ଖଳା ନିୟନ୍ତ୍ରଣ ଓ ଅପରାଧ ମୁକାବିଲା ଲାଗି ବ୍ୟବହୃତ ହେଉଥିଲା। ତେବେ ସରକାର ଏହି ହତିଆର ଉପରେ ନିଷିଦ୍ଧାଦେଶ ଜାରି କରିବା ପରେ ଏବେ ପୋଲିସ କର୍ମଚାରୀମାନେ ଇନସାସ୍ ଓ ଏସଏଲଆର ରାଇଫଲ ବ୍ୟବହାର କରିବେ।

{"id":191625,"sizeSlug":"large"}

ଥ୍ରୀ ନଟ୍ ଥ୍ରୀ ରାଇଫଲ ହଟାଇବା ଲାଗି ନିଷ୍ପତ୍ତି ପରେ ୬୩ ହଜାର ଇନସାସ୍ ଓ ୨୩ ହଜାର ଏସଏଲଆର ରାଇଫଲ ପୋଲିସକୁ ଯୋଗାଇ ଦିଆଯାଇଥିବା ମୁଖ୍ୟ ଶାସନ ସଚିବ ଅବିନାଶ ଅବସ୍ଥି କହିଛନ୍ତି। ପ୍ରଦେଶର ଆଇନଶୃଙ୍ଖଳା ସୁଦୃଢ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ଅବସ୍ଥି କହିଥିବା ବେଳେ କୌଣସି ଥାନା ପୋଲିସ ଯେପରି କୌଣସି କ୍ଷେତ୍ରରେ ଥ୍ରୀ ନଟ୍ ଥ୍ରୀ ରାଇଫଲ ବ୍ୟବହାର ନ କରନ୍ତି ସେ ନେଇ କଡା କଟକଣା ଜାରି କରାଯାଇଛି। ଏହା ସତ୍ତ୍ୱେ ଯଦି କୌଣସି ଠାରେ ଏଭଳି ଅସ୍ତ୍ରର ପ୍ରୟୋଗ ହେଲା ତେବେ ସମ୍ପୃକ୍ତ ଥାନା ଓ ଜିଲ୍ଲା ରିଜର୍ଭ ଇନସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

{"id":191629,"width":573,"height":763,"sizeSlug":"large"}

ଅନ୍ୟପକ୍ଷରେ ଏଡିଜି ଲଜିଷ୍ଟିକ୍ ବିଜୟ କୁମାର ମୌର୍ୟ୍ୟ ରାଜ୍ୟରେ ଚାଲିଥିବା ସିପାହୀ ନିଯୁକ୍ତି ପ୍ରକ୍ରିୟା ଲାଗି ୮ ହଜାର ଇନସାସ୍ ରାଇଫଲ ରିଜର୍ଭକୁ ଦିଆଯାଇଥିବା ବେଳେ ଅଧିକ ୮ ହଜାର ଇନସାସ୍ ରାଇଫଲ ଓ ୧୦ ହଜାର ୯ ଏମଏମ ପିସ୍ତଲ କ୍ରୟ ଲାଗି ଗୃହ ବିଭାଗ ଶାସନ ସଚିବଙ୍କୁ ସୂଚିତ କରିଛନ୍ତି।  

{"id":191631,"sizeSlug":"large"}

ପ୍ରଥମ ବିଶ୍ୱଯୁଦ୍ଧର ଅତ୍ୟାଧୁନିକ ଅସ୍ତ୍ରଥିଲା 'ଥ୍ରୀ ନଟ୍ ଥ୍ରୀ' ରାଇଫଲ
ଜନୈକ ପୂର୍ବତନ ଡିଜିଙ୍କ ସୂଚନା ଅନୁସାରେ 'ଥ୍ରୀ ନଟ୍ ଥ୍ରୀ' ରାଇଫଲର ପ୍ରଥମ ବ୍ୟବହାର ୧୯୧୪ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧକାଳରେ ହୋଇଥିଲା। ଏହାର ଲକ୍ଷଭେଦ କ୍ଷମତା ପ୍ରାୟ ୨ କିଲୋମିଟର । ତେବେ ଭାରତରେ ପ୍ରଥମ ଥର ଏହି ଅସ୍ତ୍ର ୧୯୪୫ ମସିହାରେ ଉତ୍ତରପ୍ରଦେଶ ପୋଲିସକୁ ମିଳିଥିଲା। ଏହା ପୂର୍ବରୁ ପୋଲିସ ମସ୍କଟ ରାଇଫଲ ୪୧୦ର ବ୍ୟବହାର କରୁଥିଲା। ତେବେ ୮୦ ଦଶକରେ ପ୍ରଥମ ଥର ପୋଲିସକୁ ଏସଏଲଆର ରାଇଫଲ ମିଳିଥିଲା। ୧୯୯୯ କାରଗିଲ ଯୁଦ୍ଧରେ ଇନସାସ୍ ରାଇଫଲ ବେଶ ସଫଳ ହୋଇଥିଲା। ଏଣୁ ଏବେ ୭୦ ବର୍ଷ ପୁରୁଣା ଆସଲ୍ଟ 'ଥ୍ରୀ ନଟ୍ ଥ୍ରୀ' ରାଇଫଲକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.