ଆଜି ରାଜ୍ୟରେ ଚିହ୍ନଟ ହୋଇଥିଲେ ୩ କରୋନା ପଜିଟିଭ୍ , ସମସ୍ତ ସଂକ୍ରମିତ ଯାଜପୁରର, ରହିଛି ପଶ୍ଚିମବଙ୍ଗ ଲିଙ୍କ୍
30/04/2020 at 8:06 AM

ଭୁବନେଶ୍ୱର ୩୦।୦୪: ଆଜି ରାଜ୍ୟରେ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ଦିନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମିଶାଇ ମୋଟ ୧୨୫ରୁ ୧୨୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍ ମାଧ୍ୟରେ ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ସମସ୍ତ ୩ ସଂକ୍ରମିତ ଯାଜପୁର ଜିଲ୍ଲା । ଏବଂ ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ବୋଲି ଜଣାଡିଛି । ସଂକ୍ରମିତଙ୍କ ବୟସ ଯଥାକ୍ରମେ- ୬୫ବର୍ଷୀୟ ପୁରୁଷ, ୫୬ବର୍ଷୀୟ ପୁରୁଷ ଏବଂ ଜଣେ ୧୮ବର୍ଷୀୟ ଯୁବତୀ ରହିଛି । ସେହିପରି ଚିହ୍ନଟ ହୋଇଥିବା ୩ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ ୨ଜଣ ପୂର୍ବ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଥିବା ବେଳେ ଅନ୍ୟ ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତ । ଏବଂ ସେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ଆଜି ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଯାଜପୁରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୯ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ରାଜ୍ୟରେ କେବଳ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି ।