ଭୁବନେଶ୍ବର ୮।୬: ପ୍ରାଣୀ ଉଦ୍ୟାନରେ ଖୋଲିବ ୩ଟି ନୂଆ ଆନିମଲ୍ କମ୍ପ୍ଲେକ୍ସ । କମ୍ପ୍ଲେକ୍ସରେ ରହିବ ୨୨ଟି ଖୁଆଡ । କମ୍ପ୍ଲେକ୍ସରେ ଥିବା ଏନକ୍ଲୋଜରକୁ ଦିଆଯାଉଛି ନ୍ୟାଚୁରାଲ ଥିମ୍ର ରୂପ । ଶୀତଦିନ ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ହେବ ଲୋକାର୍ପଣ ।
ନର୍ଥ ଇଷ୍ଟ ପାନୋରମା, ଏକ୍ସୋଟିକ୍ ପ୍ରାଇମେଟ୍ କମ୍ପ୍ଲେକ୍ସ ଏବଂ ସ୍ମଲ୍ କ୍ୟାଟ୍ ଏନକ୍ଲୋଜର। ଏହି ନାଁ ଗୁଡ଼ିକ ଶୁଣି ଆପଣଙ୍କୁ ଟିକେ ଅଲଗା ଲାଗୁଥିବ ଆଉ ଆପଣମାନେ କିଛିଟା ଅନୁମାନ ମଧ୍ୟ କରିପାରୁଥିବେ । ଆଜ୍ଞା ହଁ ଆମେ କହୁଛୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ କଥା ଯେଉଁଠି ଆପଣମାନେ ଗୋଟିଏ କମ୍ପ୍ଲେକ୍ସରେ ଦେଖିପାରିବେ ବିଭିନ୍ନ ପ୍ରଜାତିର ଦୁର୍ଲଭ ମକାକ୍ ମାଙ୍କଡ ଓ ଜୀବଜନ୍ତୁ । ନର୍ଥ ଇଷ୍ଟ ପାନୋରମା ଓ ଏକ୍ସୋଟିକ୍ ପ୍ରାଇମେଟ୍ କମ୍ପ୍ଲେକ୍ସର ସମୁଦାୟ ୧୯ଟି ଏନକ୍ଲୋଜରରେ ଦେଶ ବିଦେଶର ଦୁର୍ଲଭ ମକାକ୍ ମାଙ୍କଡ ଓ ଜୀବଜନ୍ତୁ ପାଇଁ ହୋଇଛି ବ୍ୟବସ୍ଥା । ନର୍ଥ ଇଷ୍ଟ ପାନୋରମାରେ ରହିବେ ଅସାମିସ୍ ମକାକ୍, ଷ୍ଟମ୍ପ ଟେଲ୍ଡ ମକାକ୍, ସ୍ପେକ୍ଟାକଲ୍ଡ ମଙ୍କି, ପିଗ୍ ଟେଲ୍ଟ ମକାକ୍, ଗୋଲ୍ଡେନ୍ ଲଙ୍ଗୁର୍, କ୍ୟାପେଡ ଲଙ୍ଗୁର୍, ଏସିଆଟିକ୍ ବ୍ଲାକ୍ ବିୟର, କ୍ଲାଉଡେଡ୍ ଲିଓପାର୍ଡ ରହିଥିବା ବେଳେ ଏକ୍ସୋଟିକ୍ ପ୍ରାଇମେଟ୍ କମ୍ପ୍ଲେକ୍ସରେ କମନ୍ ମାର୍ମୋସେଟ୍, ବ୍ଲାକ୍ ଟଫରେଡ୍ ମାର୍ମୋସେଟ୍, ହ୍ୱାଇଟ ହେଡେଡ୍ ମାର୍ମୋସେଟ୍, ପିଗ୍ମି ମାର୍ମୋସେଟ୍, ହ୍ଵାଇଟ ଲିପେଡ୍ ଟାମାରିନ୍, ଲାଇଅନ୍ ହେଡେଡ୍ ଟାମାରିନ୍ ଏବଂ ଗିଫ୍ରଏ ମାର୍ମୋସେଟ୍ ପରି ବିଭିନ୍ନ ଜୀବଜନ୍ତୁ ଦେଖବାକୁ ମିଳିବ ।
ସବୁ ଖୁଆଡ଼କୁ ହାଇ ଡେଫିନେସନ୍ ନ୍ୟାଚୁରାଲ୍ ଥିମ୍ ଅନୁସାରେ ଡିଜାଇନ୍ ଓ ତିଆରି କରାଯାଉଛି ଯାହା ଖୁବ୍ ସୁନ୍ଦର ଦେଖାଯାଉଛି । ସେହିପରି ଜଙ୍ଗଲି ବିଲେଇ ପ୍ରଜାତିର ଜୀବଜନ୍ତୁଙ୍କ ପାଇଁ ସ୍ମଲ୍ କ୍ୟାଟ ଏନକ୍ଲୋଜର ତିଆରି ହେଉଛି ଯେଉଁଥିରେ ଜଙ୍ଗଲ କ୍ୟାଟ୍, ଲିଓପାର୍ଡ୍ କ୍ୟାଟ୍, ରଷ୍ଟୀ ସ୍ପଟେଡ୍ କ୍ୟାଟ୍ ରହିଥିବା ବେଳେ ଗଣ୍ଡାମାନଙ୍କ ପାଇଁ ମଧ୍ୟ ହେଉଛି ବିଶେଷ ବ୍ୟବସ୍ଥା ।
ସେପଟେ ଏହି ତିନୋଟି ପ୍ରୋଜେକ୍ଟ ପାଇଁ ଦିନ ରାତି ଏକ କରିଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ମାଷ୍ଟର ପ୍ଲାନ୍ ଅନୁଯାୟୀ କଣ୍ଟ୍ରାକ୍ଟରଙ୍କୁ ଟେଣ୍ଡର ଦିଆଯାଇଛି । ବିଶେଷ କରି ପ୍ରାକୃତିକ ପରିବେଶ ଥାଇ କଷ୍ଟ୍ରକ୍ସନ କରାଯାଉଥିବା ଦେଖିବାକୁ ମିଳିଥିବା ବେଳେ ତିଆରି କରୁଥିବା କଣ୍ଟ୍ରାକ୍ଟର ଏବଂ ସୁପର ଭାଉଜର ମଧ୍ୟ ଏପରି କାର୍ଯ୍ୟ ଦେଖି ବେଶ୍ ଖୁସି ଅଛନ୍ତି ।
ମାଷ୍ଟର ପ୍ଲାନ ଅନୁସାରେ ଚାଲିଛି ୩ଟି ଆନିମାଲ୍ କମ୍ପ୍ଲେକ୍ସର ତିଆରି । ଆଗକୁ ଶୀତ ଋତୁ ତେଣୁ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଖୁବ୍ ଶୀଘ୍ର ଲୋକାର୍ପଣ କରିବେ ନନ୍ଦନକାନନ କର୍ତ୍ତୃପକ୍ଷ । ତେବେ ଏହି ତିନୋଟି କମ୍ପ୍ଲେକ୍ସର ପର୍ଯ୍ୟଟକ କେତେ ମଜା ନେବେ ତାହା ସମୟକୁ ଅପେକ୍ଷା।
You Can Read :
ଦକ୍ଷିଣ ଓଡ଼ିଶାରେ ପ୍ରବେଶ କଲା ମୌସୁମୀ ବାୟୁ, ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ସକ୍ରିୟ