ପୁରୀ ସହରରେ ଦୂର ହେବ ପାର୍କିଂ ସମସ୍ୟା, ଶେଷ ହେବ ୩ ମଲ୍ଟିଲେବଲ୍‌ ପାର୍କିଂ ସେଣ୍ଟର

Published By : Prameya-News7 Bureau | December 01, 2023 IST

ପୁରୀ ୦୧।୧୨ : ପୁରୀ ସହରରେ ଆଗାମୀ ଦିନରେ ଆଉ ସୃଷ୍ଟି ହେବ ନାହିଁ ପାର୍କିଂ ସମସ୍ୟା। ପୁରୀରେ ତିନୋଟି ମଲ୍ଟିଲେବଲ୍ ପାର୍କିଂ ସେଣ୍ଟର ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ଇତିମଧ୍ୟରେ ଜେଲ୍ ରୋଡ଼ ସ୍ଥିତ ମଲ୍ଟିଲେବଲ୍ ପାର୍କିଂ ଆଜି ଉଦଘାଟିତ ହୋଇଛି। ୫ଶହ ବାଇକ୍ ଏବଂ ୫ଶହ କାର୍ ପାର୍କିଂର ବ୍ୟବସ୍ଥା ରହିଛି ଜେଲ୍ ରୋଡ଼ ସ୍ଥିତ ଏହି ମଲ୍ଟିଲେବଲ୍ ପାର୍କିଂରେ। ତେବେ ଖୁବଶୀଘ୍ର ସମୁଦ୍ର କୂଳ ଦିଗବାରେଣି ଏବଂ ଜଗନ୍ନାଥ ବଲ୍ଲଭରେ ଚାଲିଥିବା ମଲ୍ଟିଲେବଲ୍ ପାର୍କିଂର ଉଦଘାଟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 

{"id":877152,"sizeSlug":"full","linkDestination":"none"}

ସେହିପରି ଏକ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ରହିଛି ଏହି ପାର୍କିଂରେ। ଫଳରେ ଏଠାକୁ ପାର୍କିଂ କରିବାକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନେ ନିଜର ଆବଶ୍ୟକୀୟ ଜିନିଷ ମଧ୍ୟ ଏଠାରେ କିଣା କିଣି କରିପାରିବ। ସେହିପରି ଟଏଲେଟ୍, ପାନୀୟ ଜଳ ସହ ବିଶ୍ରାମ କକ୍ଷ ମଧ୍ୟ ରହିଛି ଏହି ଅତ୍ୟାଧୁନିକ ମଲ୍ଟିଲେବଲ୍ ପାର୍କିଂରେ। ଜେଲ୍ ରୋଡ଼ ସ୍ଥିତ ଏହି ମଲ୍ଟିଲେବଲ୍ ପାର୍କିଂଟି ୪ ମହଲା ବିଶିଷ୍ଟ ହୋଇଛି। ଭୁବନେଶ୍ବର ପରେ ପୁରୀରେ ମଲ୍ଟିଲେବଲ୍ କାର୍ ପାର୍କିଂ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ବେଳେ ଏହା ଆଗାମୀ ଦିନରେ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ କରିବ ବୋଲି କହିଛନ୍ତି ପିକେଡିଏ ସହକାରୀ ଯନ୍ତ୍ରୀ। 

{"id":877153,"sizeSlug":"full","linkDestination":"none"}

ତେବେ ପୁରୀ ସହରରେ ପାର୍କିଂ ସମସ୍ୟାର ସମାଧାନ ପାଇଁ ଜେଲ୍ ରୋଡ଼ ମଲ୍ଟିଲେବଲ୍ ପାର୍କିଂ ସହ ବଡ଼ଦାଣ୍ଡ ର ଜଗନ୍ନାଥ ବଲ୍ଲଭ ଏବଂ ସମୁଦ୍ର କୂଳ‌ ଦିଗବାରେଣି ଛକ ଠାରେ ଚାଲିଥିବା ମଲ୍ଟିଲେବଲ୍ ପାର୍କିଂର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଗୁଡିକ ଖୁବଶୀଘ୍ର ଉଦଘାଟନ କରାଯାଇ ଭକ୍ତ ଓ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଲାଗିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ ଜାରି ରଖିଥିବା ବେଳେ ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ତିନୋଟି ବିଶାଳ ମଲ୍ଟିଲେବଲ୍ କାର୍ ପାର୍କିଂ ନିର୍ମାଣ କରାଯାଇଛି। ଏହାଦ୍ବାରା ପୁରୀ ସହରରେ ସୃଷ୍ଟି ହେଉଥିବା ଗୁରୁତର ଟ୍ରାଫିକ ସମସ୍ୟା ସମାଧାନ ହେବ ବୋଲି ପୁରୀର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। 

{"id":877154,"sizeSlug":"full","linkDestination":"none"}

ସରକାରଙ୍କ ପକ୍ଷରୁ ପୁରୀ ସହରରେ ତିନୋଟି ଅତ୍ୟାଧୁନିକ ମଲ୍ଟିଲେବଲ୍ କାର୍ ପାର୍କିଂ ନିର୍ମାଣ କରାଯାଉଥିବା ବେଳେ ଏହା ଆଗାମୀ ଦିନରେ ଭକ୍ତ ଓ ପର୍ଯ୍ୟଟକଙ୍କୁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

wp:embed {"url":"https://www.prameyanews7.com/no-cheteshwar-pujara-and-ajinkya-rahane-in-the-test-squad-against-south-africa/","type":"wp-embed","providerNameSlug":"prameya-news-7"}
https://www.prameyanews7.com/no-cheteshwar-pujara-and-ajinkya-rahane-in-the-test-squad-against-south-africa/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.