ଘର ଭିତରୁ ମିଳିଲା ସ୍ବାମୀ, ସ୍ତ୍ରୀ ଓ ଝିଅର ମୃତଦେହ: ପୋଲିସର ଛାନ୍‌ଭିନ୍

Published By : Prameya-News7 Bureau | February 26, 2020 IST

ଖଲ୍ଲିକୋଟ ୨୬।୨: ଘରୁ ମିଳିଲା ୩ଟି ମୃତଦେହ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପାଲିଆ ଛତ୍ରପୁର ଗାଁରେ ଘଟିଛି ଏବଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":229284,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପାଲିଆ ଛତ୍ରପୁର ଗାଁରେ ସ୍ବାମୀ, ସ୍ତ୍ରୀ ଓ ଝିଅର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବୃନ୍ଦାବନ ବେହେରା, ତାଙ୍କ ପତ୍ନୀ ଉର୍ମିଳା ବେହେରା ଓ ଝିଅ ସୁନିତା ବେହେରା । ବୃନ୍ଦାବନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବାବେଳେ ସ୍ତ୍ରୀ ଓ ଝିଅର ମୃତଦେହ ତଳେ ପଡିଥିବା ଦେଖିବାକୁ ମିଳିଛି ।

{"id":229285,"sizeSlug":"large"}

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମ ଏସପି ବ୍ରିଜେସ କୁମାର ରୟ ଏବଂ ଛତ୍ରପୁର ଏସଡିପିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.