ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ୍ ସହ ଧକ୍କା ହେଲା ଟ୍ରକ୍, ୨ ଡ୍ରାଇଭର ଓ ଜଣେ ହେଲପର ମୃତ

Published By : Prameya-News7 Bureau | June 22, 2020 IST

ସୋର ୨୨।୬: ସୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସିମେଣ୍ଟ ବୋଝେଇ ଟ୍ରକ୍ ସହିତ ପ୍ଲାଏ ବୋଝେଇ ଟ୍ରକ୍ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

{"id":289788,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକରୁ ସିମେଣ୍ଟ ବୋଝେଇ କରି ରାଇରଙ୍ଗପୁର ଯାଉଥିବା ଟ୍ରକ୍ ନାୟକ ବନ୍ଧ ଛକ ନିକଟରେ ଟାୟାର ଚେକ୍ କରୁଥିଲା ବେଳେ ବାଲେଶ୍ବର ପଟୁ ଦ୍ରୁତ ଗତିରେ ଅସୁଥିବା ପ୍ଲାଏ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାଲେଶ୍ବର ବାହାବଳପୁର ଅଞ୍ଚଳର ଶଙ୍କର୍ଷଣ ମଣ୍ଡଳ ଓ ଭଦ୍ରକ ଅଞ୍ଚଳର ମନମୋହନ ସିଂଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବର ପଟୁ ଆସୁଥିବା ପ୍ଲାଏ ବୋଝେଇ ଟ୍ରକ୍ ଡ୍ରାଇଭର ମୟୁରଭଞ୍ଜ ବଡଫେରା ଅଞ୍ଚଳର ଠାକୁର ସିଂଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ନିଆଯାଉଥିବା ବେଳେ ବାଲେଶ୍ବର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଵା ଜଣାପଡିଛି ।

{"id":289789,"sizeSlug":"large"}

ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.