ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

କାର୍‌-ଅଟୋ ମୁହାଁମୁହିଁ ଧକ୍କା : ୩ ମୃତ, ୫ ଆହତ

12/07/2022 at 7:52 AM

ସୋନପୁର ୧୨।୦୭: କାର୍‌- ଅଟୋ ମୁହାଁମୁହିଁ ଧକ୍କା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତ କରାଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଖାରି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଟୋ ଯାତ୍ରୀଙ୍କୁ ନେଇ ବଲାଙ୍ଗୀର ପଟୁ ସୋନପୁର ଆସିଥିବା ବେଳେ ଏକ କାର୍‌ ସୋନପୁର ଆଡ ଆସୁଥିଲା । ଏହା ସମୟରେ ଉଭୟ ଗାଡି ନିଜ ନିଜର ନିୟନ୍ତ୍ରଣ ହରାଇ ମୁହାଁ ମୁହାଁ ଧକ୍କା ହୋଇଥିଲେ । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାଗ୍ରସ୍ତ କାର୍‌ଟି ଜଣେ ପୋଲିସ ଅଧିକାରୀଙ୍କୁ ବୋଲି ସୂଚନା ମିଳିଛି । କିନ୍ତୁ ଏବେ ଯାଏଁ କିଛି ସ୍ପଷ୍ଟ ତଥ୍ୟ ମିଳିନାହିଁ ।

   Related Posts