ବୃଦ୍ଧଙ୍କୁ ଧକ୍କା ଦେଇ ଖୁଣ୍ଟରେ ପିଟି ହେଲା ବାଇକ୍‌, ୩ ମୃତ

Published By : Prameya-News7 Bureau | October 08, 2022 IST

ସମ୍ବଲପୁର ୦୮।୧୦ : ସମ୍ବଲପୁର ପାଂଚଗୋଛିଆ ନିକଟରେ ବାଇକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ଜଣଙ୍କ ମୃ୍ତ୍ୟୁ ହୋଇଛି। ହୀରାକୁଦର ୨ ଜଣ ଯୁବକ ପ୍ରାଣ ହରାଇଛନ୍ତି। ସେମାନଙ୍କ ନାମ ଇଣ୍ଡଲ କଲୋନୀର ସନ୍ତୋଷ ନାୟକ ଓ ଅନ୍ୟ ଜଣେ କଦମପଡାର ପିୟୁଷ ରାଉତ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଉଭୟ ଯାତ୍ରା ଦେଖିବା ପାଇଁ ଯାଉଥିବାବେଳେ ଜଣେ ବୃଦ୍ଧଙ୍କୁ ଧକ୍କା ଦେବା ସହ ଇଲେକ୍ଟ୍ରି ପୋଲରେ ପିଟି ହୋଇଯାଇଥିଲେ । ଯାହାଫଳରେ ତିନି ଜଣ ଗୁରୁତର ହୋଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ । ସେଠାରୁ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତିନିଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.