ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ତିନି ଆତଙ୍କବାଦୀ ନିହତ

Published By : Prameya-News7 Bureau | September 28, 2022 IST

ଶ୍ରୀନଗର ୨୮।୦୯: ସୁରକ୍ଷାକର୍ମୀଙ୍କୁ ବଡଧରଣର ସଫଳତା । ଜମ୍ମୁକାଶ୍ମୀର କୁଲଗାମ୍‌ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀମାନେ ‘ଜୈଶ-ଇ-ମହମ୍ମଦ’ର ସଦସ୍ୟ ଥିବା ଜଣାପଡିଛି। ଆତଙ୍କାବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ସାମିଲ ଥିବା ଜଣାଯାଇଛି ।

ଖବର ଅନୁଯାୟୀ, ଜମ୍ମୁ କଶ୍ମୀର ପୋଲିସ କୁଲଗାମର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ  ଅତର୍କିତ ଭାବେ ସେହି ଅଞ୍ଚଳରେ ଚଢ଼ଉ କରିଥିଲା । ଏହି ଅପରେସନରେ ସେନା ଓ ସିଆରପିଏଫର ଯବାନମାନେ ମଧ୍ୟ ସାମିଲ ଥିଲେ । ସୁରକ୍ଷାକର୍ମୀ ଚାରିପଟୁ ଘେରିଥିବା ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । କିନ୍ତୁ ସୁରକ୍ଷବାହିନୀ ଏହାର ଦୃଢ ଜବାବ ଦେଇଥିଲେ । ସେନାର ପାଲଟା ପାଲଟା ଗୁଳିରେ ୩ ଜଣ ଆତଙ୍କବାଦୀ  ନିହତ ହୋଇଥିଲେ । ମୃତକଙ୍କ ମଧ୍ୟରୁ ୨ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଜଣେ ପାକିସ୍ତାନର ବୋଲି ଜଣାପଡିଛି । ସମସ୍ତ ମୃତକ ଜୈଶ-ଇ-ମହମ୍ମଦ ସଂଗଠନ ସହିତ ଜଡ଼ିତ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.