ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍‌, ବଗି ତଳେ ଚାପି ହୋଇ ୩ ମୃତ

Published By : Prameya-News7 Bureau | November 21, 2022 IST

ଯାଜପୁର ୨୧।୧୧ : ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍‌ । ଯାହାଫଳରେ  ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଘଟିଛି ଏହି ଅଘଟଣ ।

{"id":711781,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଭଦ୍ରକ ପଟୁ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ଅଭିମୁଖେ ଆସୁଥିଲା ମାଲବାହୀ ଟ୍ରେନ । ଏହି ସମୟରେ ହଠାତ୍‌ କୋରେଇ ଷ୍ଟେସନରେ ଟ୍ରେନ୍‌ର ଇଞ୍ଜିନ୍‌ ପଟୁ ପ୍ରାୟ ସାତଟି ବଗି ଖସିପଡିଥିଲା l ପ୍ଲାଟଫର୍ମ ସମେତ ଅପ ଏବଂ ଡାଉନ ଲାଇନ ଉପରେ ବଗି ଛିନ୍‌ଛତ୍ର ହୋଇପଡିରହିଛି l

{"id":711782,"sizeSlug":"full","linkDestination":"none"}

ତେବେ ବଗି ତଳେ ଚାପି ହୋଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଦୁର୍ଘଟଣା ଘଟିବା ଦ୍ୱାରା ଉକ୍ତ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି l ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପିରିକି ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.