ପିକ୍ଅପ୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜଣଙ୍କ ଜୀବନ
20/03/2023 at 5:41 PM

ଉମରକୋଟ ୨୦।୩: ନବରଙ୍ଗପୁରଠାରୁ ଉମରକୋଟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବକଡାବେଡା ନିକଟରେ ଦୁର୍ଘଟଣା ଘଟିଛି । ପିକ୍ଅପ୍ ଭ୍ୟାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, ଧୋଡ୍ରା ମଣ୍ଡେଇ ଦେଖି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ପିକ୍ଅପ୍ ଭ୍ୟାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସୌଭାଗ୍ୟବଶତଃ ବର୍ଷକର ଶିଶୁଟି ବଞ୍ଚିଯାଇଛି । ଶିଶୁଟିକୁ ଆହତ ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।