ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଘଟଣାସ୍ଥଳରେ ୩ ମୃତ

Published By : Prameya-News7 Bureau | March 10, 2020 IST

ଢେଙ୍କାନାଳ ୧୦।୩: ଢେଙ୍କାନାଳ କପିଳାଶ ରାସ୍ତା କାଇମଟି ନିକଟସ୍ଥ ଛଣବଳୁଅ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରେ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ସ୍ଥାନୀୟ ଛଣବୋଲୁଅର କୈଳାଶ ସାହୁ, କାଇମାଟିର ସୁବ୍ରତ ଶାଶ୍ବତ ରାଉତ ଓ ଢେଙ୍କାନାଳ ସହର ରାମେଶ୍ବରପୁରର ବ୍ରହ୍ମାନନ୍ଦ ଦେହୁରୀ ।

{"id":236116,"sizeSlug":"large"}

ମୃତକ ୩ଜଣ ଢେଙ୍କାନାଳ ସହରରେ ହୋଲି ଖେଳି ଫେରୁଥିବାବେଳେ ଦ୍ରୁତବେଗ ଯୋଗୁଁ ବାଇକ୍ ଭାରସାମ୍ୟ ହାରାଇ ରାସ୍ତା କଡରେ ଥିବା ଗଛରେ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିବା ଜଣାପଡିଛି । ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.