ରାସ୍ତା ପାର୍ଶ୍ବରେ ପାର୍କିଂ ଟ୍ରକ୍‌କୁ ଧକ୍କା ଦେଲା କାର୍, ୩ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | June 13, 2021 IST

ନୋଏଡା ୧୩।୬: ଯମୁନା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତା ପାର୍ଶ୍ବରେ ପାର୍କିଂ ହୋଇଥିବା ଏକ ଖରାପ ଟ୍ରକ୍ ସହ ପଛପଟୁ ଏକ ଓଲା କ୍ୟାବ୍ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ଭାଙ୍ଗି ଚୁରମାର ହୋଇଯାଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ଆହତ ହୋଇଥିବାବେଳେ ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବିଟା-୨ ଥାନା ଅଞ୍ଚଳରେ ରବିବାର ସକାଳେ ୪ଟା ୫୦ମିନିଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଆହତ ସମସ୍ତେ ଦିଲ୍ଲୀର ବୋଲି କୁହାଯାଉଛି । ଡିଏଲ୦୧ଜେଡଡି୧୭୯୧ ନମ୍ବର ବିଶିଷ୍ଟ ଓଲା କ୍ୟାବ ଉତ୍ତରପ୍ରଦେଶ ଔରେୟାରୁ ଦିଲ୍ଲୀ ଯାଉଥିଲା । କାରରେ ୫ ଜଣ ଯାତ୍ରୀ ଥିଲେ । ସକାଳୁ ସକାଳୁ ଏକ୍ସପ୍ରେସ ହାଇଓ୍ବେ ପାର୍ଶ୍ବରେ ପାର୍କିଂ ହୋଇଥିବା ୟୁପି୧୭ଏଟି୭୪୧୯ ନମ୍ବର ବିଶିଷ୍ଟ ଏକ ଖରାପ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ । ମୃତକଙ୍କ ଶବ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.